‘ବହୁତ କମ୍‌ ଦିନରେ ଭଲ ସ୍ଥିତିକୁ ଆସିବା’

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି । କିଛି ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବା ବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏହି ସ୍ଥିତିକୁ ନେଇ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ରାଜ୍ୟରେ ସଂକ୍ରମଣର ଗତି ଲଗାତାର ଭାବେ କମି ଚାଲିଛି । ଯେଉଁଭଳି ଭାବେ କଟକଣା ରହିଛି ତାକୁ ମାନିଲେ ଏହି ଟ୍ରେଣ୍ଡ ଜାରି ରହିବ । ବହୁତ କମ ଦିନ ଭିତରେ ଆମେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିବା । ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଭିଡ଼ କରିବା ନାହିଁ କି ଭିଡ଼ କୁ ଯିବା ନାହିଁ । ମହାମାରୀ ନିୟମ କହୁଛି ଧୀରେ ଧୀରେ କଟକଣା କୋହଳ ହେବା ଦରକାର । ପ୍ରଥମ ପର୍ଯ୍ୟାୟରେ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇଛି । ପରେ ପୁଣି ସ୍କୁଲ ପାଇଁ ସରକାର ନିଷ୍ପତ୍ତି ନେବେ ବୋଲି ସେ ମଧ୍ୟ କହିଛନ୍ତି।

Share