ବ୍ୟାପୁଛି ରୁବେଲା ଭାଇରସ, ଗର୍ଭବତୀଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୫: ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସତର୍କ କାରାଇଛନ୍ତି। ସେ କହିଛନ୍ତି, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ ଦେଖା ଦେଇଥାଏ। ଗର୍ଭବତୀ ମହିଳାଙ୍କୁ ଜ୍ୱର ହେଲେ ତୁରନ୍ତ ଟେଷ୍ଟିଂ କରାନ୍ତୁ। ସେ କହିଛନ୍ତି, ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ। ଆମର ଆରଆରଟି ଟିମ ସରଭେଲାନ୍ସ କରୁଛି। ଇମ୍ୟୁନାଇଜେଶନକୁ ଗୁରୁତ୍ୱ ଦେଉଛୁ। ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲାରେ ରୁବେଲାରେ ବର୍ତ୍ତମାନ ସୁଦ୍ଧା ୨ ରୁବେଲା ରୋଗୀ ଚିହ୍ନଟ ହୋଇଛନ୍ତି।

Share