ସ୍ବାସ୍ଥ୍ୟବର୍ଦ୍ଧକ କନ୍ଦମୂଳ: ଖାଇବାକୁ ଯେମିତି ସୁସ୍ବାଦୁ, ଶରୀର ପାଇଁ ସେମିତି ଉପକାରୀ

କନ୍ଦମୂଳ ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍‌ ଏ, ବିଟା କ୍ୟାରୋଟିନ୍‌, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଇତ୍ୟାଦି। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଆଖି ଭଲ ରହିଥାଏ। ଦୃଷ୍ଟିଶକ୍ତି ବି ବୃଦ୍ଧି ପାଇଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହୁଥିବାରୁ କୋଲେଷ୍ଟ୍ରଲ୍‌କୁ କମ୍‌ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ବ୍ଲଡ୍‌ ପ୍ରେଶର୍‌କୁ ନିୟନ୍ତ୍ରଣରେ ରଖିବାରେ ବି ଏହା ବେଶ୍‌ ସାହାଯ୍ୟ କରିଥାଏ। ଶରୀରରେ ଆଇରନ୍‌ର ମାତ୍ରା କମ୍‌ ରହୁଥିଲେ କନ୍ଦମୂଳର ସେବନ ଲାଭଦାୟକ ହୋଇଥାଏ। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଶରୀରକ୍‌ ଶକ୍ତି ମଧ୍ୟ ମିଳିଥାଏ। ସେହିପରି ପାଚନ କ୍ର୍ରିୟାକୁ ସକ୍ରିୟ କରିବାରେ ବି କନ୍ଦମୂଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହାର ସେବନ କୋଷ୍ଠକାଠିନ୍ୟ ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ଦେଇଥାଏ ବୋଲି ବିଶ୍ୱାସ କରାଯାଏ।