ଘରକୁ ଘର ବୁଲି କଲେ ସ୍ବାସ୍ଥ୍ୟ ପରୀକ୍ଷା

କେସିଙ୍ଗା,୨୮।୯(ଡି.ଏନ.ଏ.):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଶିରୋଲ ଗ୍ରାମରେ ଗତ ୮ଦିନ ଝାଡ଼ାବାନ୍ତି ଲାଗିରହିଛି। ଦୂଷିତଜଳ ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଏହି ଖବର ଧରିତ୍ରୀରେ ପ୍ରକାଶ ହେବା ପରେ ବୁଧବାର
କେସିଙ୍ଗା ବିଡ଼ିଓ ପ୍ରଫୁଲ କୁମାର ଅଦୁ, ହରେକୃଷ୍ଣ ଧଳ, ଜିପିଓ ଜୟନ୍ତ ମୁଣ୍ଡ, ସରପଞ୍ଚ ଝରଣା ବାଗ, ପୂର୍ବତନ ସରପଞ୍ଚ ବିକ୍ରାନ୍ତ ବାଗ, ପିଇଓ ଗଜିନ୍ଦ୍ର ସାହା, ଜିଆରସ ଉପେନ୍ଦ୍ର ଗୌଡ଼ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଅନ୍ୟପକ୍ଷେ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟଜଳ ଆଜି ଯୋଗାଇ ଦିଆଯାଇଛି। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ରୋଗୀ ସୁସ୍ଥ ହେଉଥିବା ନେଇ ମେଡ଼ିକାଲ ଅଫିସର ଡ଼. ସୁବାଷ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି ।

Share