ପ୍ରତିଦିନ ବ୍ରେକ୍ଫାଷ୍ଟ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରଭୋଜନ ଠିକ୍ ସମୟରେ ଖାଆନ୍ତୁ।
ସବୁଜ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଯେତେ ଅଧିକ ଖାଇବେ ସେତେ ଭଲ। କାରଣ ଏପରି ଖାଦ୍ୟରେ ଭିଟାମିନ୍ ଭରି ରହିଥାଏ ଏବଂ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ।
ରାତ୍ରଭୋଜନରେ ଆଦୌ ଗରିଷ୍ଠ ଖାଦ୍ୟ ସାମିଲ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ। କେବଳ ସେତିକି ନୁହେଁ, ଏଥିଯୋଗୁଁ ନିଦ ମଧ୍ୟ ଭଲ ହୋଇ ନ ଥାଏ।
ଖରାଦିନେ ଯେତେ ହାଲୁକା ଖାଦ୍ୟ ଖାଇବେ ସେତେ ଭଲ। ତା’ସହ ପ୍ରଚୁର ପାଣି ପିଅନ୍ତୁ।
ବୟସ ବଢ଼ିଲେ ଚକ୍ଷୁ, ଅସ୍ଥିଜନିତ ସମସ୍ୟା ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ନିୟମିତ ସମୟ ଅନ୍ତରାଳରେ ଚକ୍ଷୁ ପରୀକ୍ଷା କରାଇ ନେବା ସହ ଅସ୍ଥି ସମ୍ପର୍କରେ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।
ଏପରି ଖାଦ୍ୟ ଖାଆନ୍ତୁ ନାହିଁ, ଯାହା ଅଯଥାରେ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଡାକି ଆଣିବ।
ସବୁବେଳେ ନିଜର ଓଜନକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରନ୍ତୁ।