Advertisement

ଲାଞ୍ଚ ମାମଲାରେ ସ୍ବାସ୍ଥ୍ୟ ପରିଦର୍ଶିକାଙ୍କୁ ୪ବର୍ଷ ଜେଲ

ସୁନ୍ଦରଗଡ଼,୨୯ା୩(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ରାଜଲକ୍ଷ୍ମୀ ପଟ୍ଟନାୟକ ଗୁରୁବାର ଏକ ଲାଞ୍ଚ ମାମଲାରେ ବଣାଇଁ ଉପଖଣ୍ଡ ଖୁଣ୍ଟ ଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଅବସରପ୍ରାପ୍ତ ସ୍ବାସ୍ଥ୍ୟ ପରିଦର୍ଶିକା ମଥାମଣି ରଥ(୬୩)ଙ୍କୁ ୪ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ମଥାମଣି ଖୁଣ୍ଟ ଗାଁ ଉପ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମହିଳା ସ୍ବାସ୍ଥ୍ୟ କର୍ମୀ(ଏଏନଏମ)ଜସିନ୍ତା କେରକେଟାଙ୍କ ବିଭିନ୍ନ ରେଜିଷ୍ଟରରେ କାଉଣ୍ଟର ସାଇନ କରି ଫେରାଇବା ପାଇଁ ୨, ୫୦୦ଟଙ୍କା ଦାବି କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍‌ ନଂ ୪୩/୨୦୦୬ରେ ଏକ ମାମଲା ରୁଜୁ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share