ଶ୍ରୀମନ୍ଦିର ସେବାୟତଙ୍କୁ ସ୍ବାସ୍ଥ୍ୟବୀମା

ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ସହ ସମ୍ପୃକ୍ତ ସେବାୟତଙ୍କୁ ସ୍ବାସ୍ଥ୍ୟବୀମା ସୁବିଧା ମିଳିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନ୍ୟୁ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଏହି ସ୍ବାସ୍ଥ୍ୟବୀମା ସୁବିଧା ମିଳିବ। ପ୍ରତି ସେବାୟତଙ୍କ ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷର ବୀମା ସୁବିଧା ମିଳିବ। ଗୁରୁତର ଅସୁସ୍ଥତା କ୍ଷେତ୍ରରେ ଅତିରିକ୍ତ ୧ ଲକ୍ଷ ଟଙ୍କା ସହାୟତା ମିଳିବ। କ୍ୟାନ୍ସର ଏବଂ କିଡ୍‌ନୀ ପ୍ରତିରୋପଣ କ୍ଷେତ୍ରରେ ୩ ଲକ୍ଷ ଅତିରିକ୍ତ ବୀମା ସୁରକ୍ଷା ମିଳିବ। ଏହି ବୀମା ଯୋଜନାରେ ୨୫୦୦ ସେବକ ପରିବାର ଉପକୃତ ହେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।