ଭୁବନେଶ୍ୱର, ୪ା୨: କୋଭିଡ୍ ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟବୀମା ଗ୍ରହଣ ବଢ଼ିଛି। କୋଭିଡ୍ ପୂର୍ବ ସ୍ଥିତି ତୁଳନାରେ ଏଥିରେ ଦ୍ରୁତ ଅଭିବୃଦ୍ଧି ହୋଇଥିବା ମାକ୍ସ ବୁପା ହେଲ୍ଥ ଇନ୍ସ୍ୟୁରାନ୍ସ ପକ୍ଷରୁ ସୂଚନା ମିଳିଛି। କମ୍ପାନୀର ପ୍ରଡକ୍ଟ ଏବଂ କ୍ଲେମ୍ ନିର୍ଦ୍ଦେଶକ ଭାବତୋଷ ମିଶ୍ର ଏଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ମହାମାରୀ ହେଲ୍ଥ ଇନ୍ସ୍ୟୁରାନ୍ସର ଗୁରୁତ୍ୱକୁ ବଢ଼ାଇଛି। ସଚେତନତା ଯୋଗୁ ଲୋକଙ୍କ ମଧ୍ୟରେ ବୀମା ଚାହିଦା ବୃଦ୍ଧି ପାଇଛି। ଫଳରେ ଏହି ଗ୍ରହଣ ଧାରା ଆହୁରି ବଢିବା ସମ୍ଭାବନା ରହିଛି। ଓଡ଼ିଶା ଏକ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଏଠାରେ ସମ୍ପ୍ରସାରଣ ଧାରା ଜାରି ରହିବ ବୋଲି ରିଟେଲ ସେଲ୍ସ ନିର୍ଦ୍ଦେଶକ ଅଙ୍କର ଖାରବଣ୍ଡା କହିଛନ୍ତି।