ବଢ଼ିଲା ବିଧାୟକଙ୍କ ସ୍ବାସ୍ଥ୍ୟବୀମା, ଏଣିକି ମିଳିବ ୧୦ ଲକ୍ଷ ଟଙ୍କାର ସୁବିଧା

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବାର୍ଷିକ ସ୍ବାସ୍ଥ୍ୟବୀମା ପରିମାଣକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ବାରମ୍ବାର ଦାବି ହେଉଥିବା ବେଳେ ଅର୍ଥ ବିଭାଗ ଏହି ପ୍ରସ୍ତାବ ଉପରେ ମୋହର ମାରିଛି। ଏହାପରେ ପ୍ରତ୍ୟେକ ବିଧାୟକ, ପୂର୍ବତନ ବିଧାୟକ ଓ ସେମାନଙ୍କ ପତ୍ନୀଙ୍କ ନିମନ୍ତେ ୧ ବର୍ଷ ଅବଧି ପାଇଁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ନବୀକରଣ ପ୍ରସ୍ତାବକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁମୋଦନ କରିଛନ୍ତି । ତେବେ ୨୦୧୨-୧୩ ଆର୍ଥିକ ବର୍ଷରୁ ରାଷ୍ଟ୍ରୀୟ ବୀମା କମ୍ପାନୀ ମାଧ୍ୟମରେ ବିଧାୟକ ଓ ପୂର୍ବତନ ବିଧାୟକ ଓ ସେମାନଙ୍କର ପତ୍ନୀଙ୍କ ନିମନ୍ତେ ବାର୍ଷିକ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମାର ସୁବିଧା ଯୋଗାଇ ଦିଆଯାଉଥିଲା।

Share