Categories: ଫୁରସତ

ସ୍ବାସ୍ଥ୍ୟ ହିଁ ସମ୍ପଦ

କୁହାଯାଏ ସୁସ୍ଥ ଶରୀର ହିଁ ସମ୍ପଦ। ଶରୀର ପ୍ରତି ଯତ୍ନବାନ ହେଲେ ସହଜରେ କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହୋଇ ନ ଥାଏ। ଶରୀର ମଧ୍ୟରେ ଦୃଷ୍ଟିଶକ୍ତି ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୃଷ୍ଟି ଶକ୍ତି ବଜାୟ ରଖିବା ଏବଂ ଏଥିନେଇ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ଗୁରୁବାର ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଅକ୍ଟୋବର ୧୩ରେ ପାଳନ କରାଯାଉଛି। ଏହି ଅବସରରେ ଦୃଷ୍ଟିବାଧିତ ଏବଂ ଦୃଷ୍ଟି ଶକ୍ତି ଦୁର୍ବଳତା ଉପରେ ଧ୍ୟାନ ଦେବା ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ଏହା ପ୍ରଥମେ ୨୦୦୦ରେ ଲାୟନ୍ସ କ୍ଲବ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନର ସାଇଟ୍‌ ଫାଷ୍ଟ କ୍ୟାମ୍ପେନ ଦ୍ୱାରା ଆରମ୍ଭ କରାଯାଇଥିଲା।

Share