ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ମୁଖ୍ୟମନ୍ତ୍ରୀ

ରାଞ୍ଜି, ୧୯।୮: ଝାଡ଼ଖଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ମଙ୍ଗଳବାର କରୋନା ପଜିଟିଭ ଆସିଥିଲା। ଏହା ଜଣାପଡ଼ିବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀ (ପାନୀୟ ଜଳ ମନ୍ତ୍ରୀଙ୍କ ବ୍ୟତୀତ) ନିଜକୁ ହୋମ୍‌ କ୍ୱାରାଣ୍ଟାଇନରେ ରଖିଛନ୍ତି। ଏଥିସହ ସରକାର ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରମୁଖ ସଚିବଙ୍କ ସମେତ କିଛି ବରିଷ୍ଠ ଆଇଏଏସ୍‌ ଅଧିକାରୀ ମଧ୍ୟ ହୋମ୍‌ କ୍ୱାରାଣ୍ଟାଇନରେ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ। ଏହାପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ସହ ସମ୍ପର୍କରେ ଥିବା କିଛି ବିଧାୟକ ମଧ୍ୟ କ୍ୱାରାଣ୍ଟାଇନରେ ରହିଥିବା ଜଣାପଡ଼ିଛି।

Share