ଫୋନ୍‌କରି ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା):ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ ଲାଗିଥିବା ସମୟରେ ସେ ନିଜ କର୍ତ୍ତବ୍ୟରେ ଅବହେଳା ନ କରି ରୋଗୀ ଚିକିତ୍ସା କରୁଛନ୍ତି। କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଓ ଆନ୍ତରିକତା ପାଇଁ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଗଜପତି ଜିଲାରେ କାର୍ଯ୍ୟ କରୁଥିବା ଏପରି ଜଣେ ଡାକ୍ତର ହେଉଛନ୍ତି ଭାରପ୍ରାପ୍ତ ଡାକ୍ତର ବ୍ରଜରାଜ କର। ଆର୍‌.ଉଦୟଗିରି ବ୍ଲକ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କର ଜଣେ ମାତ୍ର ଡାକ୍ତର ଥିବାରୁ ନିଜ ସ୍ବାସ୍ଥ୍ୟ ଖରାପ ଥିଲେ ସୁଦ୍ଧା ସେ ଛୁଟି ନେଇପାରି ନ ଥିଲେ। ଓପିଡିରେ ରୋଗୀ ଅପେକ୍ଷା କରିଥିବା ଦେଖି ନିଜ ଶରୀରରେ ସାଲାଇନ ଲାଗିଥିବା ଅବସ୍ଥାରେ ଆସି ସେ ରୋଗୀସେବା କରିଥିଲେ। ଗଳା ସଂକ୍ରମଣଜନିତ ଗୁରୁତର ଅସୁସ୍ଥତା ଯୋଗୁ ଗତ ୪ ଦିନ ହେଲା ଡାକ୍ତର କର କ୍ୱାର୍ଟର୍ସରେ ରହି ଚିକିତ୍ସିତ ହେଉଛନ୍ତି। ପ୍ରତ୍ୟହ ଏହି ଚିକିତ୍ସାଳୟକୁ ଶତାଧିକ ରୋଗୀ ଆସି ଓପିଡିରେ ଲାଇନରେ ଅପେକ୍ଷା କରିଥାନ୍ତି। ରୋଗୀଙ୍କୁ ଦେଖି ଡାକ୍ତର କର କାହାକୁ ନିରାଶ ନ କରି ନିଜ ଦେହରେ ସାଲାଇନ ଲାଗିଥିବା ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଡାକ୍ତର କରଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଫୋନ ଯୋଗେ କଥା ହୋଇ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଡାକ୍ତରଙ୍କ ଏଭଳି ସେବା ପ୍ରତି ସମର୍ପଣ ମନୋଭାବ ପାଇଁ ମନ୍ତ୍ରୀ ତାଙ୍କୁ ପ୍ରଶଂସା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏ ନେଇ ଡାକ୍ତର କରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ, ବତ୍ତର୍ର୍ମାନ ଧୀରେ ଧୀରେ ସୁସ୍ଥ ହେଉଛି। ଔଷଧ ଖାଇ ରୋଗୀଙ୍କ ଚିକିତ୍ସା କରୁଛି। ଲୋକଙ୍କ ସେବା କରିବା ମୋର କର୍ତ୍ତବ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୯।୨(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡରେ ରବିବାର ଧରିତ୍ରୀ ଲାଇଭ୍‌ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ହୋଇଛି। ଗାଡି ସାଇଡ୍‌ କରିବାକୁ...

ଜୟନାରାୟଣଙ୍କ ବୟାନ ପରେ ତେଜିଲା ଆନ୍ଦୋଳନ: ଉତ୍କଳ ବ୍ୟାନର ଜାଳିଲେ କୋଶଲ ସଂଗ୍ରାମୀ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ): କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବୟାନ ଦେବା ପରେ କୋଶଲ ଆନ୍ଦୋଳନ ପୁଣି ତେଜି ଉଠିଛି। ରବିବାର ସନ୍ଧ୍ୟାରେ...

ଅଭାବନୀୟ ଘଟଣା: ଦାଦନ ଖଟିବାକୁ ଚେନ୍ନାଇ ଯାଉଥିବା ବେଳେ ଟ୍ରେନରୁ ଖସି ଓଡ଼ିଆ ଯୁବକଙ୍କ ମୃତ୍ୟୁ 

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଗୋପାଳପୁର ଗ୍ରାମର ଶ୍ରମିକ ଅଜିତ କୁମାର ଭୁଁୟା (୨୫) କାମ କରିବାକୁ ଟ୍ରେନରେ ଚେନ୍ନାଇ ଯାଉଥିବା...

ଅଙ୍ଗନୱାଡ଼ି କେନ୍ଦ୍ରରେ ନଳକୂପ ଅଚଳ: କେବେ ସୁଧୁରିବ ପାଣି ସମସ୍ୟା ?

ବାଲିଗୁଡା,୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ଦୀର୍ଘଦିନ ହେଲା...

ବଡ଼ଯାତ୍ରା: ମାଉଲି ମା’ ପୀଠରେ ବଡ଼ଠାକୁର

ମାଲକାନଗିରି,୯ା୩(ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲାରେ କାହିଁ କେଉଁକାଳରୁ ପାଳନ ହୋଇଆସୁଛି ‘ବଡ଼ଯାତ୍ରା’। ପ୍ରତି ୨ ବର୍ଷରେ ଥରେ ପାଳନ ହେଉଥିବା ଏହି ଯାତ୍ରା ପ୍ରାୟ...

ଖେମୁଣ୍ଡି ଅଞ୍ଚଳ କାଳଞ୍ଜି ସମାଜ କୁଳଗୃହ ପ୍ରତିଷ୍ଠା ଉତ୍ସବ

ଦିଗପହଣ୍ଡି, ୯।୩(ଅଶେଷ ନାଥ ମିଶ୍ର): ନିଖିଳ ଉତ୍କଳ ଓଡ୍ରଖଣ୍ଡାୟତ କାଳଞ୍ଜି ସମାଜ ଚାଞ୍ଚଡାପଲ୍ଲୀ କୁଳଘର ପ୍ରତିଷ୍ଠା ଉତ୍ସବ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଖେମୁଣ୍ଡି ଅଞ୍ଚଳ ପରିଷଦ...

ବାହାଘର ଶୋଭାଯାତ୍ରାରେ ବାଜିଗଲା ବାଇକ୍‌: ରାଗି ଗଲେ ନାବାଳକ, ଆଉ ତା’ପରେ…

ବେଲଗୁଣ୍ଠା,୯ା୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଏକ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକଙ୍କ ବାଇକ୍‌ ଜଣେ ନାବାଳକଙ୍କ ଦେହରେ ଲାଗିଯିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି...

ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ବରଗଡ଼ର ୨ ଦିବ୍ୟାଙ୍ଗଙ୍କୁ ସ୍ଵର୍ଣ୍ଣ ପଦକ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ସନ୍ତରଣ ପ୍ରତିଯୋଗିତାରେ ବରଗଡ଼ର ୨ଦିବ୍ୟାଙ୍ଗ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ସେମାନେ ହେଲେ, ବରଗଡ଼ ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image