ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଜୟପୁର,୨୩।୧୧: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଟୁଇଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। କରୋନା ଲକ୍ଷଣ ପ୍ରକାଶ ପାଇବାରୁ ସେ ନମୁନା ପରୀକ୍ଷା କରାଇଥିଲେ। ଏବେ ସେ ନିଜକୁ ଆଇସୋଲେଶନରେ ରଖିଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ଲୋକେ ଶୀଘ୍ର ପରୀକ୍ଷା କରାଇ ନେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ରଘୁ ଶୀଘ୍ର ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି କାମନା କରିଛନ୍ତି।

Share