ନୂଆଦିଲ୍ଲୀ,୬।୪: ଦେଶରେ ବେଳକୁ ବେଳ ବଢି ଚାଲିଥିବା କରୋନା ସଂକ୍ରମଣ ଏବେ କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହି କାରଣରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କରୋନାର ଗମ୍ଭିରତାକୁ ଦେଖି ସବୁ ରାଜ୍ୟର ବୈଠକ ଡକାଇଛନ୍ତି। ଶୁକ୍ରବାର ହେବାକୁ ଥିବା ଏହି ବୈଠକରେ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନେ ଯୋଗଦେବେ। କୁହାଯାଉଛି କି ରାଜ୍ୟରେ କରୋନାର ବର୍ତ୍ତମାନର ସ୍ଥିତି ଓ ଏହାକୁ ନେଇ କରାଯାଇଥିବା ପ୍ରସ୍ତୁତିର ସମିକ୍ଷା କରାଯିବ। ସୂଚନାଯୋଗ୍ୟ, କିଛିଦିନ ହେବ କରୋନା ଭାଇରସ ସଂକ୍ରମଣ ମାମଲାରେ ୮୦ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ଏବେ ୨୩ ଶହରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସୂଚନା ଅନୁଯାୟୀ, ଏହି ବୈଠକ ଭିଡିଓ କନଫରେନସିଂ ଜରିଆରେ କରାଯିବ।