Posted inଜାତୀୟ

ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରଭାବିତ ରାଜ୍ୟକୁ ପଠାଯିବ ଟିମ୍‌

ନୂଆଦିଲ୍ଲୀ,୨୦।୬: ଦେଶର ଅନେକ ଅଞ୍ଚଳରେ ଭୀଷଣ ଗରମ ହେତୁ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଅଶୁଂଘାତ ଜନିତ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଦିଲ୍ଲୀରେ ଏକ ବୈଠକ କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ବୈଠକରେ ଜନସ୍ବାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ସମସ୍ତ ବଡ ବଡ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଏନଆଇଟିଆଇ ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଭି.କେ ପାଲ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ମହାନିର୍ଦ୍ଦେଶକ ରାଜୀବ ବହଲ ଏବଂ ଭାରତ ପାଣିପାଗ ବିଭାଗ (ଆଇଏମଡି)ର ଅଧିକାରୀ ତଥା ଅନ୍ୟାନ୍ୟ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଥିଲେ।

ଉଚ୍ଚସ୍ତରୀୟ ବୈଠକ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଅନେକ ରାଜ୍ୟରୁ ପ୍ରବଳ ଗରମ ଏବଂ ଅଶୁଂଘାତ ଜନିତ ଖବର ଆସୁଛି। ମଙ୍ଗଳବାର ଏଥିପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁ ରାଜ୍ୟରେ ହିଟ୍‌ ଓ୍ବେବ୍‌ ଜାରି ରହିଛି, ସେ ସବୁ ରାଜ୍ୟକୁ ସହଯୋଗ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆଇଏମଡି, ବିପର୍ଯ୍ୟୟ ପରିଚାଳନା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚ ପଦାଧିକାରୀଙ୍କ ଟିମ୍‌ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ନିର୍ମାଣ କରିବେ କେନ୍ଦ୍ର ସରକାର; ଝିଅ PM ମୋଦିଙ୍କୁ କହିଲେ ଥ୍ୟାଙ୍କ ୟୁ…

ନୂଆଦିଲ୍ଲୀ,୭।୧: ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ପରଲୋକ ପରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରିବା ଲାଗି କଂଗ୍ରେସ ଦାବି କରିଆସୁଛି। ଏହାକୁ...

ପୁଣି ଆରଜି କର ମେଡିକାଲ ଭଳି ଘଟଣା! ଜୁନିୟର ଡାକ୍ତରଙ୍କୁ ହସ୍ପିଟାଲରେ ବଳାତ୍କାର

ଗଓ୍ବାଲିଅର,୭।୧: ମଧ୍ୟପ୍ରଦେଶ ଗୱାଲିଅରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। କୋଲକାତା ଆରଜି ମେଡିକାଲ ଘଟଣା ପରେ ଗଓ୍ବାଲିଅରର ଏହି ଘଟଣା ସମସ୍ତଙ୍କର ଛାତି ଥରେଇ...

ମାଗଣା ଯୋଜନା ପାଇଁ ଟଙ୍କା ଅଛି ହେଲେ ବିଚାରପତିଙ୍କ ଦରମା ପାଇଁ… ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

ନୂଆଦିଲ୍ଲୀ,୭।୧: କେନ୍ଦ୍ର ସରକାରଙ୍କୁ କଡା ଛାଟ ଦେଇଛନ୍ତି ସୁପ୍ରିମକୋର୍ଟ। ଜିଲା କୋର୍ଟ ବିଚାରପତିଙ୍କ ଦରମା ଏବଂ ପେନଶନକୁ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ ନିରାଶ କରଛି।...

‘ଦିଲ୍ଲୀରେ ମୋଦିଙ୍କର ୨୭୦୦ କୋଟିର ରାଜମହଲ; ଦିନରେ ୩ ଥର ପୋଷାକ ବଦଳାଉଛନ୍ତି, ୧୦ ଲକ୍ଷ ଟଙ୍କିଆ କଲମରେ ଲେଖୁଛନ୍ତି’

ନୂଆଦିଲ୍ଲୀ,୭।୧: ଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା ହେବାର ପରେ ପରେ ଆମ୍‌ ଆଦ୍‌ମୀ ପାର୍ଟୀର ବଡ଼ ନେତାମାନେ ଖବରଦାତା ସମ୍ମିଳନୀ କରି କେନ୍ଦ୍ର ସରକାର ଏବଂ...

୧୮୦ ସ୍ପିଡ୍‌ରେ ପିଟିହେଲା ଅଭିନେତା ଅଜିତଙ୍କ କାର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧: ଦୁର୍ଘଟଣାର ଶିକାର ହୋଇଛନ୍ତି ତାମିଲ ଅଭିନେତା ଅଜିତ କୁମାର। ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା...

ଦେଶରେ HMPV ଦେଖାଇଲା ଭୟଙ୍କର ରୂପ, ସ୍କୁଲ ଛୁଟି ଘୋଷଣା

ନୂଆଦିଲ୍ଲୀ,୭।୧: କରୋନା ପରେ ପୁଣି ଥରେ ଚାଇନାର ନୂଆ ଭାଇରସ ‘ହ୍ୟୁମାନ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। କୋଭିଡ ମହାମାରୀର ପ୍ରାୟ ୫...

ନେପାଳ ପରେ ଭାରତରେ ବଡ଼ ଧରଣର ଭୂକମ୍ପ ଝଟ୍‌କା! ଲୋକେ ଛାନିଆ…

ନୂଆଦିଲ୍ଲୀ,୭।୧: ମଙ୍ଗଳବାର ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଛନ୍ତି।...

ମହାମାରୀ ରୂପ ନେବ HMPV ଭାଇରସ! ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୭।୧: HMPV ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ସମୟରେ, ଭାରତରେ ମଧ୍ୟ ୬ଟିି ମାମଲା ଚିହ୍ନଟ ହେବା ପରେ ଲୋକେ ଭୟଭୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri