୩ କୋଟି କିଶୋର ନେଲେଣି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ

ନୂଆଦିଲ୍ଲୀ,୧୩ ।୧: ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଛି । ୧୫ରୁ ୧୮ ବର୍ଷ କିଶୋରମାନେ ଭ୍ୟାକ୍ସିନ ନେବାକୁ ଖୁବ୍ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି, ଏପର୍ଯ୍ୟନ୍ତ ଦେଶରେ ୩ କୋଟି କିଶୋର କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇ ସାରିଲେଣି, ଯାହା ଆମ ପାଇଁ ଖୁସି ଖବର । ମାଣ୍ଡବିୟ ଟୁଇଟ୍ କରି କହିଛନ୍ତି ଯୁବା ଦେଶର ଭବିଷ୍ୟତ । ତେଣୁ ସେମାନେ ସୁସ୍ଥ ରହିବା ଜରୁରୀ । ଏବେ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ଭ୍ୟାକ୍ସିନ ଦେବା ଆରମ୍ଭ କରାଯାଇଥିବା ବେଳେ ଏମାନେ ଏଥିପାଇଁ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି ତାହା ସମସ୍ତଙ୍କୁ ଖୁସି ଦେଉଛି ବୋଲି ମାଣ୍ଡବିୟ କହିଛନ୍ତି ।

Share