ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ରବିବାର ଗୁଳିମାଡ଼ ହୋଇଛି। ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଝାରସୁଗୁଡ଼ାରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଇଛି। ତାଙ୍କୁ ଚିକିତ୍ସା ପାଇଁ ୫ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପ୍ରସ୍ତୁତ ଅଛନ୍ତି। ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଛି। ଚିକିତ୍ସା ତଦାରଖ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି।