ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧୦: କରୋନା ଭାଇରସ ସଂକ୍ରମଣ ବଢି ଚାଲଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି କରୋନା ଭ୍ୟାକ୍ସିନ ବା ଟିକା ଉପରେ । କେତେକ ଦେଶରେ ଏହା ଟ୍ରାଏଲ ବି କରାଯାଇଛି । ଇତିମଧ୍ୟରେ ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ କହିଛନ୍ତି, ଆସନ୍ତା ବର୍ଷ ଜୁଲାଇ ମଧ୍ୟରେ ୨୦-୨୫ କୋଟି ଭାରତୀୟଙ୍କୁ କରୋନା ଭ୍ୟାକ୍ସିନ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଟିକା ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଭାରତୀୟ ଟିକା ଉତ୍ପାଦନ କମ୍ପାନୀକୁ ଭାରତ ସରକାର ସମ୍ପୂର୍ଣ୍ଣ ସହାୟତା କରୁଥିବା ସେ ପ୍ରକାଶ କରିଛନ୍ତି । କୋଭିସିଲ୍ଡ ସମେତ ଭାରତରେ ୩ଟି ସମ୍ଭାବ୍ୟ ଟିକା ପ୍ରସ୍ତୁତ କରାଯାଉଛି । ଏହା ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଫାର୍ମା ଗେଣ୍ଟ ଆଷ୍ଟ୍ରା ଜେନିକାର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଉଛି । କୋଭାସିଲ୍ଡ ଏବେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଥିବା ବେଳେ ଯଦି ଏହା ସଫଳ ହେଲା ତେବେ ଏହା ଆଦର ପୁନାୱାଲାଙ୍କ ସିରମ ଇନଷ୍ଟିଚ୍ୟୁଟ(ଏସ୍‌ଆଇଆଇ) ଦ୍ୱାରା ବହୁପରିମାଣରେ ଉତ୍ପାଦନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରକୁ ଆସିବାର ୪୮ ଘଣ୍ଟା ମଧ୍ୟରେ ଆମେ ନେବୁ ଏହି ନିଷ୍ପତ୍ତି: ନିର୍ବାଚନ ପୂର୍ବରୁ ରାଜ ଠାକ୍‌ରେଙ୍କ ବଡ଼ ଘୋଷଣା

ପୁଣେ,୧୬।୧୧: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ତାଙ୍କ ଦଳକୁ ଭୋଟ ଦେବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।...

୨୦୫୦ ସୁଦ୍ଧା ୨ ଗୁଣା ପ୍ଲାଷ୍ଟିକ୍‌ ବର୍ଜ୍ୟ

ନୂଆଦିଲ୍ଲୀ,୧୬ା୧୧(ପି.ଟି.):ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣ ୨୦୫୦ ବେଳକୁ ଦୁଇଗୁଣା ହୋଇପାରେ। ଏହାର ସମାଧାନ ପାଇଁ ଉପଯୁକ୍ତ ନୀତି ପ୍ରଣୟନ ନିମନ୍ତେ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି।...

୧୭ ବର୍ଷ ପରେ ଏହି କାମ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬-୧୭ ନଭେମ୍ବରରେ ନାଇଜେରିଆ ଗସ୍ତ କରିବେ। ଏହା ସହିତ ତାଙ୍କର ତିନୋଟି ଦେଶ ଗସ୍ତ ଆରମ୍ଭ ହେବ। ୧୬-୧୭ ନଭେମ୍ବରରେ...

ସମୁଦ୍ର ମନ୍ଥନରୁ ‘ବିଷ’

ନୂଆଦିଲ୍ଲୀ/ଅହମଦାବାଦ,୧୬ା୧୧: ଦେଶର ସୁନାମଧନ୍ୟ ନିଶାଦ୍ରବ୍ୟ ନିରୋଧୀ ଏଜେନ୍ସି ଏନ୍‌ସିବି ଶୁକ୍ରବାର ୭୦୦ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ କରିଛି। ମେଥ୍‌ ବା ମେଥାମ୍ଫେଟାମାଇନ୍‌ ହେଉଛି ମାନସିକ ସ୍ଥିତି,...

ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ: ଆଖିବୁଜିଲେ ୧୦ ନବଜାତ ଶିଶୁ

ଲକ୍ଷ୍ନୌ, ୧୬।୧୧: ଝାନ୍ସି,୧୬ା୧୧:ଉତ୍ତରପ୍ରଦେଶ ଝାନ୍ସିସ୍ଥିତ ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜର ଶିଶୁ ଓ୍ବାର୍ଡରେ ଶୁକ୍ରବାର ରାତିରେ ନିଆଁଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିବା ସହ...

ସ୍ତ୍ରୀ’ଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରିବା ନିଷ୍ଠୁରତା, ମହିଳାଙ୍କୁ ଛାଡ଼ପତ୍ର ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ,୧୪ା୧୧: ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଚାକିରି ଛାଡି ନିଜ ଇଚ୍ଛା ଅନୁଯାୟୀ ବଞ୍ଚିବାକୁ ବାଧ୍ୟ କରିବା ନିଷ୍ଠୁରତା ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି। ଏଥିସହିତ...

ନାମକୁ ଝାଡଖଣ୍ଡ ନିର୍ବାଚନ, ଟାର୍ଗେଟରେ ବିହାର

ନୂଆଦିଲ୍ଲୀ,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ଜାମୁଇ ଗସ୍ତ କରିଥିଲେ। ଯେଉଁଠାରେ ସେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ସମାଜର ଭଗବାନ କୁହାଯାଉଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri