ଅଂଶୁଘାତକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଓ ଅଂଶୁଘାତକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରବଳ ଖରା ଯୋଗୁ ଅଂଶୁଘାତର ସମ୍ଭାବନା ଅଛି। ତେବେ ଅଂଶୁଘାତକୁ ନେଇ ସବୁ ଜିଲାପାଳଙ୍କ ସହ ଆଲୋଚନା ସରିଛି । ସିଡିଏମଓଙ୍କ ସହ ଆଲୋଚନା କରି ଜିଲାପାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି କରୋନା ସ୍ଥିତକୁ ନେଇ କହିଛନ୍ତି ଯେ, କରୋନା ଏବେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ନିୟନ୍ତ୍ରଣରେ ଅଛି। କରୋନାର ନିୟମକୁ ମାନିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

Share