Categories: ଜାତୀୟ

କରୋନାର ଦ୍ୱିତୀୟ ଲହରରେ କମୁଛି ସୁସ୍ଥତା ହାର: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୪: ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଛି। କରୋନା ସହ ଜଡିତ ଏକ ବୈଠକରେ ଦେଶର ସୁସ୍ଥତା ହାର ହ୍ରାସ ପାଇଥିବାବେଳେ ଟିକାକରଣର ଗତି ବଢିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। କରୋନା ଉପରେ ୨୪ ତମ ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁସ୍ଥତା ହାର ହ୍ରାସ ପାଇଛି। ଏପର୍ଯ୍ୟନ୍ତ ୧,୧୯,୧୩,୨୯୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ଆମର ପୁନରୁଦ୍ଧାର ହାର, ଯାହା ଗତ ୨-୩ ମାସ ମଧ୍ୟରେ ୯୬-୯୭% ଥିଲା ତାହା ଏବେ ୯୧.୨୨% କୁ ଖସି ଆସିଛି ।
ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆମର ଶେଷ ବୈଠକ ସମୟରେ ସାରା ଦେଶରେ ୧,୫୩,୮୪୭ ଜଣଙ୍କର ମୃତ୍ୟୁ ଘଟିଥିଲାଏବଂ ଏପର୍ଯ୍ୟନ୍ତ ୧,୬୭,୬୪୨ ଜଣଙ୍କ ମତ୍ୟୁ ଘଟିଛି। ସେତେବେଳେ ୧୨୩ ମୃତ୍ୟୁ ଘଟିଥିଲା ଏବଂ ଆଜି ପ୍ରତିଦିନ ୭୮୦ ମୃତ୍ୟୁ ଘଟୁଛି । ଉଚ୍ଚ ସ୍ତରୀୟ କମିଟିର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଏବେ ୦.୪୬% ଗୁରୁତର ରୋଗୀ ଭେଣ୍ଟିଲେଟରରେ, ୨.୩୧% ଆଇସିୟୁରେ ଏବଂ ୪.୫୧% ଅମ୍ଲଯାନ ସପୋର୍ଟ ବେଡ୍‌ରେ ଅଛନ୍ତି ବୋଲି ସେ କହିଛନ୍ତି।

Share