କରୋନା ଟିକା ନେବା ହେଲା ଏପରି ଅବସ୍ଥା, ଅଭିନେତ୍ରୀ ମାଗିଲେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସାହାଯ୍ୟ

ମୁମ୍ବାଇ: ସମଗ୍ର ଦେଶରେ କରୋନା ଟିକାକରଣ ଜାରି ରହିଛି। କିଛି ବଲିଉଡ୍‌ ଅଭିନେତ୍ରୀ କରୋନା ଟିକା ଲଗାଇ ସାରିଛନ୍ତି। ଏଥିମଧ୍ୟରୁ ଅଭିନେତ୍ରୀ ଆହାନା କୁମରାଙ୍କ ମା-ବାପା କରୋନା ଟିକା ନେଇଥିଲେ। ବର୍ତ୍ତମାନ ଏହି ଟିକାକରଣର ପ୍ରମାଣପତ୍ର ହାସଲ କରିବାକୁ ନାନା ଅସୁବିଧା ଦେଖାଦେଇଛି। ଆହାନା ଏନେଇ ଟୁଇଟ୍‌ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହାୟତା ମାଗିଛନ୍ତି।

ଆହାନା ଟୁଇଟ୍‌ କରି କହିଛନ୍ତି, ‘ ମୋ ବାପା ସୁଶୀଲ କୁମାର କୁମରା ଏବଂ ମା ବାଲ୍ୟାନ କୁମରା ୯ ମାର୍ଚ୍ଚ ସକାଳ ୧୦ଟା ୫୩ରେ @bkchospitalରେ କରୋନା ଟିକା ନେଇଥିଲେ। ମାତ୍ର ଏହି ସମୟ ଭୁଲ ଦେଖାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟିକାକରଣ ସାର୍ଟିଫିକେଟ ଡାଉନଲୋଡ ହୋଇନାହିଁ। କେହି ସାହାଯ୍ୟ କରିବେ କି?

ତାଙ୍କ ଟୁଇଟ୍‌ ଉପରେ ଜଣେ ୟୁଜର ଲେଖିଛନ୍ତି, ସବୁଠୁ ଭଲ ହେବ ଆଉ ଥରେ ଯାଞ୍ଚ କରିନିଅନ୍ତୁ। ୟୁଜରଙ୍କ ଏହି ଟୁଇଟ୍‌ ପରେ ଆହାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହାୟତା ମାଗି ଲେଖିଛନ୍ତି, ମୁଁ ସେଣ୍ଟରରେ ପଚାରିସାରିଛି। ମାତ୍ର ଏଠାରୁ କୌଣସି ଉତ୍ତର ମିଳୁନାହିଁ। ଏଥିସହିତ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆହାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ପରେ ଆହାନା ଜଣାଇବେ ବୋଲି ଟୁଇଟ୍‌ କରି କହିଛନ୍ତି।

Share