୯ ଦିନରେ ଦୁଇଗୁଣା କରୋନା ସଂକ୍ରମଣ ନେଇ ରାଜ୍ୟଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ: ସତର୍କ ରୁହ, ରାଜନୀତିଠାରୁ ରୁହ ଦୂରେଇ…

ନୂଆଦିଲ୍ଲୀ,୨୦।୧୨ : ଦେଶରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜନୀତିର ଉର୍ଦ୍ଧ୍ୱକୁ ଉଠି ଏକାଠି କାମ କରିବାକୁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ସତର୍କ ରହିବା ସହିତ ରାଜନୀତିଠାରୁ ଦୂରେଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯାହାଦ୍ୱାରା କରୋନା ସହିତ ଲଢ଼ିବାରେ ସମନ୍ବ ରହିବା ସହିତ ଏହି କାର୍ଯ୍ୟ ସହଜ ହୋଇ ପାରିବ।

ଡାକ୍ତରଖାନାର ପ୍ରସ୍ତୁତି ପାଇଁ ମକ ଡ୍ରିଲ, ମନିଟରିଂ ଏବଂ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। କେରଳ ପରେ କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ.୧ ଏବେ ମହାରାଷ୍ଟ୍ର ଏବଂ ଗୋଆରେ ବ୍ୟାପିବାରେ ଲାଗିଛି। ବାଜିଛି। ଏହି ଦୁଇ ରାଜ୍ୟରେ ନୂଆ ଭ୍ୟାରିଆଣ୍ଟ ଜେଏନ.୧ର ୧୯ ଟି ମାମଲା ରିପୋର୍ଟ କରାଯାଇଛି। ଗତ ନଅ ଦିନ ମଧ୍ୟରେ କରୋନା ମାମଲାରେ ବହୁତ ବୃଦ୍ଧି ଘଟିଛି। ଏହା ଦ୍ୱିଗୁଣିତ ହୋଇଛି।

Share