Categories: ଜାତୀୟ

ଓ୍ବେବସାଇଟ୍‌ରେ ଇ-ସିଗାରେଟ୍‌ ବ୍ୟାନ୍‌କୁ ଉଲ୍ଲଘଂନ ସମ୍ପର୍କରେ ସୂଚନା ଦେବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର, ନଜରରେ ୬ ଇ-ସିଗାରେଟ୍‌ ବିକ୍ରୟ ଓ୍ବେବସାଇଟ୍‌

ନୂଆଦିଲ୍ଲୀ,୨୧।୭: ଦେଶରେ ୨୦୧୯ ଠାରୁ ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତଥାପି ଏହା କିଛି ଅନଲାଇନ ସପିଂ ସାଇଟ୍‌ ଏବଂ ଖୁଚୁରା ଆଉଟଲେଟମାନେ ବେଆଇନ ଭାବେ ଏହାକୁ ବିକ୍ରି କରୁଛନ୍ତି। ତେବେ ଏନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ସବୁ ରାଜ୍ୟମାନଙ୍କୁ ସେମାନଙ୍କ ପୋର୍ଟାଲରେ ଇ-ସିଗାରେଟ ନିଷେଧର ଉଲ୍ଲଂଘନ ସମ୍ପର୍କରେ ସୂଚନା ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଇ-ସିଗାରେଟ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲା। ଏଥିସହ ଇ-ସିଗାରେଟ ବିକ୍ରି କରୁଥିବା ୧୫ଟି ୱେବସାଇଟକୁ ନୋଟିସ ପଠାଇଥିଲା। ଇ-ସିଗାରେଟ୍‌ର ବିଜ୍ଞାପନ ଏବଂ ନିଷିଦ୍ଧ ଦ୍ରବ୍ୟ ବିକ୍ରୟ ବନ୍ଦ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ସୂଚନା ଅନୁଯାୟୀ, ପୋର୍ଟାଲ (www.violation-reporting.in)ରେ ଅଭିଯୋଗ କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସାହାଯ୍ୟ କରିବ।

Share