କରୋନା ଭାଇରସ ନୂଆ ଷ୍ଟ୍ରେନ୍ ପୀଡ଼ିତଙ୍କ ସଂଖ୍ୟା ୮୨କୁ ବୃ୍‌ଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୮ ।୧:କରୋନା ଭାଇରସର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ନ ଥିବା ବେଳେ ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନରେ ପାଖାପାଖି ୮୨ ଜଣ ସଂକ୍ରମିତ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ଏପଟେ ଦେଶର ଭ୍ୟାକ୍ସିନ ବା ଟିକାକୁ ନେଇ ଯୋରସୋରରେ କାମ ଆଗେଇ ଚାଲିଛି । ଆଶା କରାଯାଉଛି ଆଉ ସପ୍ତାହେ ମଧ୍ୟରେ ଲୋକଙ୍କୁ କରୋନା ଟିକା ମିଳିଯାଇପାରେ । ପୁଣି ଶୁକ୍ରବାର ବ୍ରିଟେନରୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିବା ୨୫୬ ଜଣ ଯାତ୍ରୀଙ୍କୁ ନେଇ ଚିନ୍ତା ବଢି ଯାଇଛି । ଏମାନେ ଯଦି ବ୍ରିଟେନର ନୂଆ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇଥିବେ ତେବେ ଅନ୍ୟମାନଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଯାଇପାରେ । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୧୩୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ୨୦,୫୩୯ ଜଣ ସୁସ୍ଥ ହୋଇଛନ୍ତି ଓ ୨୪ ଜଣଙ୍କ ମୃତ୍ୟୁ ହୋଇଛି ।

Share