ପାନିପତ,୧୭।୮: ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୁଣି ଖରାପ ହୋଇଛି। ପଦକ ଜିତିବାର ଦଶ ଦିନ ପରେ ଚୋପ୍ରା ମଙ୍ଗଳବାର ନିଜ ଘର ପାନିପାତରେ ପହଞ୍ଚିଥିଲେ। ତାଙ୍କ କନଭେନ ସମଲଖାର ହାଲଡାନା ବର୍ଡରରୁ ଏକ ଶୋଭାଯାତ୍ରାରେ ତାଙ୍କୁ ନିଆଯାଇ ଖଣ୍ଡରା ଗାଁରେ ପହଞ୍ଚିଥିଲା। ତେବେ ହଠାତ୍ ତାଙ୍କ ସ୍ବସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ନୀରଜଙ୍କୁ ଗତ ୩ ଦିନ ହେବା ଜ୍ୱର ଲାଗିରହିଥିଲା, କିନ୍ତୁ ତାଙ୍କର କୋଭିଡ -୧୯ ରିପୋର୍ଟ ନେଗେଟିଭ୍ ଆସିଥିଲା।