ବର୍ଷାଦିନେ ସ୍ବାସ୍ଥ୍ୟ ସମସ୍ୟା

ବର୍ଷକ ବାରମାସ। ତନ୍ମଧ୍ୟରୁ ବର୍ଷା ଚାରିମାସରେ ସାଧାରଣତଃ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଆଦି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ରୋଗଗୁଡ଼ିକୁ ନିୟନ୍ତ୍ରଣ, ନିରାକରଣ ଓ ପ୍ରତିରୋଧ ପାଇଁ ଯଥା ସମୟରେ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ମ୍ୟାଲେରିଆ: ସାରା ପୃଥିବୀରେ ସାଧାରଣତଃ ଚାରି ପ୍ରକାର ମ୍ୟାଲେରିଆ ପାରାସାଇଟ ଦେଖାଯାଇଥାଏ। ସେଗୁଡ଼ିକ ହେଲା-(୧) ପ୍ଲାଜମୋଡ଼ିୟମ ଫଲ୍‌ସି ଫରମ, (୨) ପ୍ଲାଜମୋଡ଼ିୟମ ଭାଇବେକ୍ସ, (୩) ପି. ଓଭେଲା ଏବଂ (୪) ପି. ମ୍ୟାଲେରିଆ। ଏହି ଚାରୋଟି ମଧ୍ୟରୁ ଆମ ଭାରତରେ ପ୍ରଥମ ଦୁଇଟି- ପ୍ଲାଜମୋଡ଼ିୟମ ଫଲସି ଫରମ ଓ ପ୍ଲାଜମୋଡ଼ିୟମ ମ୍ୟାଲେରିଆ ପାରାସାଇଟ ହିଁ ଦେଖାଯାଇଥାଏ। ଏ ଦୁଇଟିରୁ ପ୍ଲାଜମୋଡ଼ିୟମ ଫଲସି ଫରମ ମ୍ୟାଲେରିଆ ଜୀବାଣୁ ଅତି ମାରାତ୍ମକ।
ଲକ୍ଷଣ : ଜଣେ ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ପାରାସାଇଟ (ମ୍ୟାଲେରିଆ ପରଜୀବୀ) ସଂକ୍ରମଣରୁ ହିଁ ମ୍ୟାଲେରିଆ ଜ୍ୱର ଆକ୍ରାନ୍ତ ହୋଇଥାଏ। ମାଈ ଏନୋଫିଲିସ ନାମକ ଏକ ମଶାର ଲାଳଗ୍ରନ୍ଥୀରେ ମ୍ୟାଲେରିଆ ଜୀବାଣୁ ରହିଥାଏ। ଏହି ମ୍ୟାଲେରିଆ ଜୀବାଣୁଧାରୀ ମଶା ଜଣେ ସୁସ୍ଥ ବ୍ୟକ୍ତିକୁ କାମୁଡ଼ିଲେ, ସଂପୃକ୍ତ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥାନ୍ତି। ଏହି ପରଜୀବୀ ନିଜ ଜୀବନ ଚକ୍ରରେ କିଛି ଅଂଶ ମଣିଷ ଦେହରେ ଏବଂ ବାକି ଅଂଶ ମଶା ଦେହରେ ବିତାଇ ଥାଏ। ମାଈ ଏନୋଫିଲିସ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକୁ କାମୁଡିବା ଦ୍ୱାରା ମଶା ଦେହକୁ ମ୍ୟାଲେରିଆ ପରଜୀବୀ ପ୍ରବେଶ କରିଥାଏ। ତା’ ପରେ ପରଜୀବୀ ମଶାର ଖାଦ୍ୟନଳୀରେ ପହଞ୍ଚତ୍ ମଶାକୁ ସଂକ୍ରମିତ କରାଏ। ଏହି ସଂକ୍ରମିତ ମଶା ଯେତେବେଳେ ସୁସ୍ଥ ବ୍ୟକ୍ତିକୁ କାମୁଡ଼ିଥାଏ ସେତେବେଳେ ମ୍ୟାଲେରିଆ ପରଜୀବୀ ମନୁଷ୍ୟର ରକ୍ତ ଭିତରକୁ ପ୍ରବେଶ କରେ। ସୁସ୍ଥ ବ୍ୟକ୍ତିକୁ ସଂକ୍ରମିତ ମଶା କାମୁଡ଼ିବାର ୧୪ ରୁ ୨୧ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। ପ୍ରଥମେ ଜ୍ୱର ହେବା ସହ ଶରୀରରେ କମ୍ପ ଓ ପ୍ରବଳ ଶୀତ ଅନୁଭୂତ ହୁଏ। ମୁଣ୍ଡବ୍ୟଥା ସହ ରୋଗୀ ବାଉଳି ଚାଉଳି ହୋଇଥାଏ।
ପ୍ରତିଷେଧକ ବ୍ୟବସ୍ଥା : ମ୍ୟାଲେରିଆ ଜ୍ୱର ସାଧାରଣତଃ ବର୍ଷାଋତୁରେ ବହୁଳ ଭାବେ ଦେଖାଦେଇଥାଏ। ମାଈ ଏନୋଫିଲିସ ମଶା ମନୁଷ୍ୟକୁ ରାତିରେ କାମୁଡ଼ିଥାଏ। ଏହି ମଶା ସ୍ଥିର, ସ୍ବଚ୍ଛ ଜଳରେ ବଂଶ ବିସ୍ତାର କରିଥାଏ। ମାଈ ଏନୋଫିଲିସ ମଶା ୧-୨ କି.ମି. ପରିସୀମା ଭିତରେ ଉଡ଼ି ସୁସ୍ଥ ବ୍ୟକ୍ତିଙ୍କୁ କାମୁଡ଼ି ଥାଏ। ଏହାର ପ୍ରତିରୋଧ ନିମନ୍ତେ ଔଷଧରେ ବୁଡ଼ା ହୋଇଥିବା ମଶାରୀ ଟାଙ୍ଗି ଶୋଇବା ସହ ଘରେ ଝୁଣା ଧୂପ ଦେବା ଆବଶ୍ୟକ। ମ୍ୟାଲେରିଆ ଜ୍ୱରରେ ପୀଡ଼ିତ ବ୍ୟକ୍ତି ଲକ୍ଷଣ ଦେଖା ଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ଉଚିତ।
ସତର୍କତା: ବର୍ଷା ଋତୁରେ ବିଭିନ୍ନ ପ୍ରକାର ମଶାଠାରୁ ଦୂରେଇବା ନିମନ୍ତେ ବାସଗୃହର ଚାରିପାଖ ପରିଷ୍କାର ପରିଚ୍ଛନ ରଖିବା ସହ କୌଣସି ସ୍ଥାନରେ ପାଣି ଜମି ଜମିବାକୁ ଦିଅନ୍ତୁ ନାହିଁ। ଜଳାଶୟ ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ବ୍ଲିଚିଙ୍ଗ ପାଉଡର ପକାଇବା ସହ ଡିଡିଟି ସିଞ୍ଚନ କରାଇବା ଉଚିତ।
ଡେଙ୍ଗୁ: ଡେଙ୍ଗୁ ଜ୍ୱର ସାଧାରଣତଃ ମାଈ ଏଡିସ ମଶା କାମୁଡ଼ିବା ଦ୍ୱାରା ସବୁ ବର୍ଗର ସୁସ୍ଥବ୍ୟକ୍ତିଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ତେଣୁ ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରଙ୍କ ସହ ପରାମର୍ଶ କରି ରକ୍ତ ନମୁନା ପରୀକ୍ଷା କରାଇନିଅନ୍ତୁ। ଡେଙ୍ଗୁ ଜ୍ୱର ଚିହ୍ନଟ ହେବା ପରେ ଔଷଧ ଖାଇବା ଦ୍ୱାରା ଉକ୍ତ ରୋଗରୁ ଉପଶମ ମିଳିଥାଏ।
ଏଡିସ ମଶା ସାଧାରଣତଃ ଦିନବେଳା ଏବଂ ମନୁଷ୍ୟର ଆଣ୍ଠୁ ତଳକୁ ହିଁ କାମୁଡ଼ିଥାଏ ଏହି ମଶା ଭଙ୍ଗା ମାଠିଆ, ପୁରୁଣା ଟାୟାର, ପଇଡ଼ ଖୋଳ, ପ୍ଲାଷ୍ଟିକ କପ, ଭଙ୍ଗା ରେଫ୍ରିଜରେଟର, ଭଙ୍ଗା କୁଲର, ଅବ୍ୟବହୃତ ପାତ୍ରରେ ସଞ୍ଚତ୍ତ ହୋଇ ରହିଥିବା ପାଣିରେ ଡେଙ୍ଗୁ ଜ୍ୱରର ବାହକ ଏଡିସ ମଶା ବଂଶ ବିସ୍ତାର କରିଥାନ୍ତି। ତେଣୁ ନିଜର ବାସଗୃହ ଓ ପରିବେଶକୁ ସଫା ରଖିବା ସହିତ ଉକ୍ତ ଅବ୍ୟବହୃତ ଜିନିଷଗୁଡ଼ିକରେ ଜଳ ସଞ୍ଚିତ କରିବାକୁ ଦୂରେଇ ରଖିବା ଉଚିତ।
ଲକ୍ଷଣ: ଜଣେ ସୁସ୍ଥ ବ୍ୟକ୍ତି ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେଲେ ରୋଗୀକୁ ଜ୍ୱର ହେବା ସହ ଶରୀରର ସମସ୍ତ ଖଞ୍ଜାରେ ପୀଡ଼ା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବ୍ୟଥା ସହ ଶରୀରରେ ତାପମାତ୍ରା ୧୦୪ ଡିଗ୍ରୀ ଯାଏ ବୃଦ୍ଧି ପାଇଥାଏ। ରୋଗୀର ରକ୍ତ ନମୁନା ପରୀକ୍ଷା କରିବା ପରେ ହିଁ ଡେଙ୍ଗୁ ଜ୍ୱର ହୋଇଥିବାର ଜଣାପଡ଼ିଥାଏ। ଏଡିସ ମଶା କାମୁଡ଼ିବାର ୪ ରୁ ୧୦ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ। ତେଣୁ ଲକ୍ଷଣ ପ୍ରକାଶ ପାଇବା ପରେ ପରେ ହିଁ ରକ୍ତ ନମୁନା ପରୀକ୍ଷା କରାଇ ନିଅନ୍ତୁ। ତା’ ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ।
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri