ଏହି ୭ ରୋଗ ହେଉଛି ‘ସାଇଲେଣ୍ଟ କିଲର’

ଆଜିକାଲିର ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁ ଆମେ କିଛି ଏଭଳି ରୋଗର ଶିକାର ହେଉଛୁ ଯାହା ସାଇଲେଣ୍ଟ କିଲର ପାଲଟୁଛି। ଧିରେ ଧିରେ ଏହା ଶରୀରକୁ କ୍ଷତି ପହଞ୍ଚାଇବା ସହ ସମୟ ଆସିଲେ ଜୀବନ ନେଉଛି। ଆସନ୍ତୁ ଜାଣିବା:-

-ଆର୍ଟରୀ ଡିଜିଜ୍‌(ଧମନୀ ରୋଗ)। ଏଥିରେ କରୋନାରୀ ଧମନୀ ସଙ୍କୁଚିତ ହୁଏ। ଏହା ହୃଦଘାତର କାରଣ ପାଲଟିପାରେ।

-ସ୍ଲିପ୍‌ ଏପ୍‌ନିଆ(ଏକ ପ୍ରକାର ସ୍ଲିପ୍‌ ଡିସ୍‌ଅର୍ଡର)। ଏଥିରେ ଘୁଙ୍ଗୁଡ଼ି ମାରିବା ସହ ନିଦ୍ରାରେ ତିବ୍ର ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ଦେଖାଦେଇଥାଏ। ଶୋଇଥିବା ଅବସ୍ଥାରେ ହଠାତ କିଛି ସେେଣ୍ଡେ ପାଇଁ ନିଶ୍ୱାସ ବନ୍ଦ ହୋଇଯାଏ।

-ଏନିମିଆ(ରକ୍ତହୀନତା)। ମହିଳାଙ୍କଠାରେ ଦେଖାଦେଉଥିବା ରୋଗ। ଏଥିଯୋଗୁ ଥକ୍କା, ଦୁର୍ବଳତା ଏବଂ ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ଦେଖାଦିଏ।

-ଅଷ୍ଟିଓପୋରୋସିସ୍‌(ହାଡ ସମ୍ବନ୍ଧୀୟ ରୋଗ)।

-କୋଲେଷ୍ଟ୍ରଲ ସମସ୍ୟା

-ମଧୁମେହ

-ଉଚ୍ଚ ରକ୍ତଚାପ