ପ୍ରତି ସିଗାରେଟରେ ସ୍ବାସ୍ଥ୍ୟ ଚେତାବନୀ: କାନାଡ଼ା ସରକାରଙ୍କ ନିଷ୍ପତ୍ତି…

ଅଟଓ୍ବା,୨।୮ : ସିଗାରେଟ ପ୍ୟାକେଟରେ ସ୍ବାସ୍ଥ୍ୟ ଚେତାବନୀ ରହିଥାଏ। କିନ୍ତୁ ବର୍ତ୍ତମାନ କାନାଡାର ପ୍ରତ୍ୟେକ ସିଗାରେଟ ଉପରେ ସ୍ବାସ୍ଥ୍ୟ ଚେତାବନୀ ଛାପାଯିବ। କାନାଡାରେ ବିକ୍ରି ହୋଇଥିବା ପ୍ରତ୍ୟେକ ସିଗାରେଟରେ ‘ଧୂମପାନ କଲେ ନପୁଂଷକତା ଏବଂ କର୍କଟ ରୋଗ ହେବ’ ବୋଲି ଲେଖା ରହିବ। ଏହା ସହିତ, ଏହା ମଧ୍ୟ ଲେଖାଯିବ ‘ଏହାର ପ୍ରତ୍ୟେକ ପଫରେ ବିଷ ଅଛି’ । ଏହି ନିୟମ ମଙ୍ଗଳବାର କାନାଡାରେ ଲାଗୁ ହୋଇଛି।

ମେ ମାସରେ କାନାଡାରେ ଏହା ପ୍ରଥମ ଥର ପାଇଁ ଘୋଷଣା କରାଯାଇଥିଲା। ଏହା ଅନ୍ତର୍ଗତ ଆସନ୍ତା ବର୍ଷ ଠାରୁ ବଜାରରେ ବଡ଼ ଆକାରର ସିଗାରେଟ ଉପଲବ୍ଧ ହେବ। ଅନ୍ୟପକ୍ଷରେ, ୨୦୨୫ ବର୍ଷ ଆରମ୍ଭରୁ ନିୟମିତ ଆକାରର ସିଗାରେଟ ଉପରେ ଆଇନଗତ ଚେତାବନୀ ଛାପାଯିବ। କାନାଡାର ପୂର୍ବତନ ନିଶାଦ୍ରବ୍ୟ ମନ୍ତ୍ରୀ କାରୋଲିନ ବେନେଟ ପୂର୍ବରୁ କହିଥିଲେଦ ସିଗାରେଟ ଉପରେ ଛାପାଯାଇଥିବା ବିଧିଗତ ଚେତାବନୀ ଏପରି ଭାବରେ ଲେଖାଯିବ ଯାହା ସହଜରେ ଦୃଶ୍ୟମାନ ହେବ ଏବଂ ସିଗାରେଟ ଗ୍ରାଫିକରେ ମଧ୍ୟ ଛପା ହେବ।

କାନାଡା ସରକାର ନୀରିକ୍ଷଣ କରିଥିଲେ ସିଗାରେଟ ବ୍ୟବହାରରୁଥିବା ଅଧିକାଂଶ ଲୋକ ପ୍ୟାକେଟ ବଦଳରେ କେବଳ ଗୋଟିଏ ସିଗାରେଟ କିଣିଥାନ୍ତି ଧୂମପାନ କରୁଛନ୍ତି। ଏଭଳି ପରିସ୍ଥିତିରେ, ସିଗାରେଟ ପ୍ୟାକେଟରେ ଥିବା ନିୟମ ମୁଦ୍ରଣ ଲୋକମାନଙ୍କୁ ଅଧିକ ପ୍ରଭାବିତ କରୁନାହିଁ। ତେଣୁ କାନାଡା ସରକାର ପ୍ରତ୍ୟେକ ସିଗାରେଟ ଉପରେ ସ୍ବାସ୍ଥ୍ୟଗତ ଚେତାବନୀ ଛାପିବାକୁ ନିଷ୍ପତ୍ତି ନେଇଥିଲେ।

ଗତ ଦୁଇ ଦଶନ୍ଧି ମଧ୍ୟରେ କାନାଡାରେ ସିଗାରେଟ ଟାଣୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ତଥାପି, ତମାଖୁ ସେବନ ଯୋଗୁ ହେଉଥିବା ସମସ୍ୟାରେ କାନାଡାରେ ପ୍ରତିବର୍ଷ ୪୮ ହଜାର ଲୋକ ମୃତ୍ୟୁ ଘଟିଥାଏ। ଏଥିସହ କାନାଡାର ସ୍ବାସ୍ଥ୍ୟ ବଜେଟର ଏକ ବଡ଼ ଅଂଶ ତମାଖୁ ଦ୍ୱାରା ହେଉଥିବା ରୋଗର ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି।

୨୦୩୫ ସୁଦ୍ଧା ଦେଶରେ ତମାଖୁ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ପାଞ୍ଚ ପ୍ରତିଶତକୁ ଆଣିବାକୁ କାନାଡା ସରକାର ଲକ୍ଷ୍ୟ ରଖିଛନ୍ତି, ଯାହା ପ୍ରାୟ ଦୁଇ ଲକ୍ଷ ଲୋକ ହେବେ। ବର୍ତ୍ତମାନ କାନାଡାର ୧୩ ପ୍ରତିଶତ ଲୋକ ତମାଖୁ ବ୍ୟବହାର କରୁଛନ୍ତି।

Share