ଭୂତାଣୁ କବଳରେ ସ୍ବାସ୍ଥ୍ୟକର୍ମୀ

ଲକ୍ଷ୍ନୌ, ୨୦ା୪: କରୋନା ସହ ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଯୋଦ୍ଧା ହୋଇଥିଲେ ହେଁ ସେମାନେ ମଧ୍ୟ ଭୂତାଣୁ କବଳରୁ ବାଦ୍‌ ପଡ଼ିନାହାନ୍ତି। ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଉଥିବା ଡାକ୍ତର, ହସ୍ପିଟାଲ ଷ୍ଟାଫ୍‌, ନର୍ସ, ଟେକ୍ନିସିଆନ, ଓ୍ବାର୍ଡ ବଏଙ୍କ ସମେତ ଅନେକ ସ୍ବାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହେବା ସଙ୍କଟ ଆହୁରି ବଢ଼ାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ କେଜିଏମ୍‌ୟୁ ହସ୍ପିଟାଲର ୩୦ ପ୍ରତିଶତରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ୧୪ ଦିନିଆ କୋଭିଡ୍‌ ଡ୍ୟୁଟିରେ ଯାଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ସଂକ୍ରମିତ ହୋଇ ଫେରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ସେହିପରି ରାମ ମନୋହର ଲୋହିଆ ମେଡିକାଲରେ ୨ ହଜାର ଷ୍ଟାଫ୍‌ଙ୍କ ମଧ୍ୟରୁ ୬୦୦ ଜଣ ସଂକ୍ରମିତ ହେଲେଣି। ବଳରାମପୁର ହସ୍ପିଟାଲରେ ପ୍ରତି ୭୨ ଘଣ୍ଟାରେ ୨୪ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ୍‌ ବାହାରୁଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ସର୍ବାଧିକ ସଂକ୍ରମିତ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ରହିଛି। ଫଳରେ ଆଗାମୀ ଦିନରେ ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ରୋଗୀଙ୍କୁ ଚିକିତ୍ସା ଯୋଗାଇବାରେ ଆଉ ଏକ ବଡ଼ ସମସ୍ୟା ହୋଇ ଉଭା ହେବ ବୋଲି ହସ୍ପିଟାଲଗୁଡ଼ିକ ଆଶଙ୍କା କରିଛନ୍ତି।

Share