ବୁଗୁଡ଼ା,୪ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧୀନ ଆଦିପୁର ଗ୍ରାମ ବଡ଼ଦାଣ୍ଡ ସାହିରେ ସାପ କାମୁଡ଼ାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ସୁରେନ୍ଦ୍ର ନାଥ ବିଷୋୟୀ (୫୮)। ତାଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ସୁରେନ୍ଦ୍ର ଘାସ ସଫା କରୁଥିବା ବେଳେ ଏକ ନାଗ ସାପ ତାଙ୍କ ବାମ ହାତ ବୁଢା ଅଙ୍ଗୁଳିକୁ କାମୁଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ସୂଚନାଯୋଗ୍ୟ, ସୁରେନ୍ଦ୍ର ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି।