ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୬।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଉପସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଅନିଲ କୁମାର ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭବାନୀପାଟଣା ଯମୁନାସାଗର ଗ୍ରାମର ଉପେନ୍ଦ୍ର ବେହେରାଙ୍କ ସ୍ତ୍ରୀଙ୍କୁ ଆଶାକର୍ମୀ କରାଇ ଦେବା ପାଇଁ ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ କଳାହାଣ୍ଡି ଭିଜିଲାନ୍ସ ବିଭାଗରେ ଉପେନ୍ଦ୍ର ଅଭିଯୋଗ କରିଥିଲେ। ବୁଧବାର ସେନାପତି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। ସେତିକିବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରି ୩୦ ହଜାର ଟଙ୍କା ଜବତ କରିଥିଲେ। ସ୍ବାସ୍ଥ୍ୟକର୍ମୀଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା ଜାରି ରଖିଛି। ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନଂ.୧/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶାରେ ଆୟୋଜନ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଏବଂ...

ଛାତ୍ରୀ ନିବାସରୁ ରାସନ ସାମଗ୍ରୀ ବୋଝେଇ ଗାଡି ଅଟକ: ପ୍ରଧାନ ଶିକ୍ଷକଙ୍କୁ ଘେରିଗଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୩ା୧୨(ଦୁର୍ଗା କୀର୍ତ୍ତି): ଛାତ୍ରୀ ନିବାସ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାସନ ସାମଗ୍ରୀ ନେଇ ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଗାଡିକୁ ଅଟକ ରଖାଯାଇଥିବା...

ରାଜ୍ୟରେ ୪୦୦୦ ଖାଲି କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୨୩ା୧୨: ରାଜ୍ୟରେ କନିଷ୍ଠ ଶିକ୍ଷକ ପଦବୀ ନିଯୁକ୍ତିକୁ ନେଇ ଚାଲିଥିବା ବିବାଦରେ ପୁଣିଥରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି। ସଦ୍ୟତମ ବିକାଶରେ ହାଇକୋର୍ଟ ନୂତନ କଟ୍ ମାର୍କ...

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୩।୧୨: ସତ୍ୟନଗର ସ୍ଥିତ ଏକ ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରଭାବ ବହୁତ ଅଧିକ ଥିବା ଅବେଳେ ଏଥିରେ ଗୋଦାମରେ ଥିବା ସାମଗ୍ରୀ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି: ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତଦିନରେ ଅଦିନିଆ ବର୍ଷା କାରଣରୁ ଚାଷୀମାନେ କ୍ଷତିର ସାମ୍ନା କରିଛନ୍ତି। ଅନେକ ଜିଲାରେ ଧାନ ବିଲରେ ଧାନ ଭାସି ଯାଇଥିବା ବେଳେ ବାଦାମ...

୨୦୨୪ ନିର୍ବାଚନରେ ଅନିୟମିତତା ଅଵିହଯୋଗ ଆଣିଲା ବିଜେଡି, ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି

ଭୁବନେଶ୍ୱର,୨୩।୧୨: ୨୦୨୪ ଗତ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ସୋମବାର ବିଜେଡି ସଂସଦୀୟ ଟିମ୍‌ ନିର୍ବାଚନ କମିଶନରଙ୍କୁ ଭେଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri