ଟିକା ନ ନେବାକୁ ସ୍ବାସ୍ଥ୍ୟକର୍ମୀଙ୍କ ଚେତାବନୀ

ଭୁବନେଶ୍ୱର, ୧୫।୧(ବ୍ୟୁରୋ):ରାଜ୍ୟରେ ଶନିବାରଠାରୁ ଆରମ୍ଭ ହେବ କରୋନା ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଯୋଜନା ହୋଇଛି। କିନ୍ତୁ କରୋନା ଟିକା ନ ନେବାକୁ ଚେତାବନୀ ଦେଇଛନ୍ତି ୧୫ ହଜାର ସ୍ବାସ୍ଥ୍ୟକର୍ମୀ। କ୍ୟାଡର୍‌ ପୁନର୍ଗଠନ ଓ ପଦବୀ ପରିବର୍ତ୍ତନ ଦାବିରେ ଏପରି ନିଷ୍ପତ୍ତି ନେଇଛି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ। ଗୁରୁବାର ମହାସଂଘ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି ଯେ,
ଅନ୍ୟକୁ ଟିକା ଦେବୁ, କିନ୍ତୁ ନିଜେ ନେବୁ ନାହିଁ। ସରକାରଙ୍କ ପାଖରେ ସ୍ବାସ୍ଥ୍ୟକର୍ମୀମାନେ ବାରମ୍ବାର ଏହି ଦୁଇଟି ଦାବି ରଖି ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇନି। କ୍ୟାଡର ପୁନର୍ଗଠନ ନ ହେବା ଦ୍ୱାରା ପଦୋନ୍ନତିରେ ସମସ୍ୟା ହେଉଛି। ତେଣୁ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟାବେଳେ କଳା ବ୍ୟାଜ୍‌ ପରିଧାନ କରି ପ୍ରତିକାତ୍ମକ ଧାରଣା ଦିଆଯିବ। ଦାବି ପୂରଣ ନ ହେଲେ ଫେବୃୟାରୀ ୧ରୁ କାର୍ଯ୍ୟବନ୍ଦ ସହିତ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବାକୁ ସଂଘ ନିଷ୍ପତ୍ତି ନେଇଛି।
ମିଳିତ ମହାସଂଘ ଆବାହିକା ମମତା ନାୟକ କହିଛନ୍ତି, ବର୍ତ୍ତମାନ ଭଳି କରୋନାର ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନାହିଁ। କ୍ୟାଡର୍‌ ପୁନର୍ଗଠନ ଏବଂ ପଦବୀ ପରିବର୍ତ୍ତନ ଦାବି ନେଇ ପୂର୍ବରୁ ମଧ୍ୟ ନଭେମ୍ବର ଓ ଡିସେମ୍ବର ମାସରେ ସରକାରଙ୍କୁ ଦାବିପତ୍ର ଦେଇଥିଲୁ। କିନ୍ତୁ ସରକାର ଏପର୍ଯ୍ୟନ୍ତ ଆମକୁ ଆଲୋଚନା ପାଇଁ ମଧ୍ୟ ଡାକିଲେ ନାହିଁ। ଆମ ପାଇଁ ଗୋଟିଏ ପଦୋନ୍ନତି ପଦବୀ ଅଛି। ଆମ ଚାକିରି କାଳ ସରିଯାଉଛି। ଅବସର ହୋଇଯାଉଛି, କିନ୍ତୁ ପ୍ରମୋଶନ ମିଳୁନାହିଁ। ତେଣୁ ଆମ କଥା ତୁରନ୍ତ ବିଚାର କରାଯାଉ। ଚାକିରି କାଳ ଭିତରେ ଆମକୁ ୪ଟି ପଦୋନ୍ନତି ବ୍ୟବସ୍ଥା କରାଯାଉ, ଡେଜିଗ୍‌ନେଶନ ଚେଞ୍ଜ କରାଯାଉ। ସରକାର ଆମ କଥା ବୁଝୁ ନ ଥିବାରୁ ଆମେ କୋଭିଡ୍‌ ଟିକା ନେବୁନି। କିନ୍ତୁ ଅନ୍ୟମାନଙ୍କୁ ଟିକା ଦେବୁ। କିନ୍ତୁ କରୋନା ପରିଚାଳନାରେ ଆମେ କୌଣସି ଅବହେଳା କରିବୁ ନାହିଁ ବୋଲି ମମତା ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଢାଉ ବେଳେ STF କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇଦେଲେ ଗଞ୍ଜେଇ ମାଫିଆ

ବୌଦ୍ଧ,୨୫।୩: ବୌଦ୍ଧ ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣବେଳେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଚଢାଉ କରିଥିବା STF କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ...

ପରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରୁ ମଳିଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୨୫।୩ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରୁ ବିଡ଼ାବିଡ଼ା ଟଙ୍କା ମିଳିଛି। ବାବୁଙ୍କ ଭୁବନେଶ୍ବରସ୍ଥିତ ଫ୍ଲାଟରୁ ନଗଦ ୧୭ ଲକ୍ଷ ଟଙ୍କା ଜବତ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ...

ଆସନ୍ତା ମାସରୁ କେନ୍ଦୁଝରରେ କାର୍ଯ୍ୟକ୍ଷମ ହେବ କର୍କଟ ହସ୍ପିଟାଲ

କେନ୍ଦୁଝର,୨୫ା୩: କେନ୍ଦୁଝର ଜିଲାରେ ଥିବା ବହୁ ପ୍ରତୀକ୍ଷିତ କର୍କଟ ହସ୍ପିଟାଲ୍ ବର୍ତ୍ତମାନ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୨୦୨୫ ଏପ୍ରିଲ୍ ମାସରୁ କାର୍ଯ୍ୟକ୍ଷମ ହେବ...

ରାସ୍ତା ନିର୍ମାଣ ସମୟରେ ପିଚୁଗାଡ଼ିକୁ ଧକ୍କା ଦେଲା ଟ୍ରକ୍: ତିନି ମୃତ

ଢେଙ୍କାନାଳ,୨୫ା୩: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଢେଙ୍କାନାଳ ଜିଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଲା ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ...

ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା: ଘରେ ପଶି ନେଇଗଲେ ଦୁର୍ବୃତ୍ତ

ସାଲେପୁର,୨୫।୩: କଟକ ଜିଲା ଜାହାଙ୍ଗୀରାବାଦ ଗାଁରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବିଜୟ ମହାନ୍ତିଙ୍କ ଘରେ ପଶି ଘରୁ ନଗଦ ୩୦ ଲକ୍ଷ...

ବିଜେଡି ଉଠାଇଲା ପଛୁଆବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗ

ଭୁବନେଶ୍ୱର,୨୫ା୩:(ରବିନାରାୟଣ ଜେନା): ବଜେଟ ଅଧିବେଶନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ହେଲେ କଂଗ୍ରେସ ସେଇ ଗୋଟିଏ ଜିଦ୍‌ରେ ଅଟଳ ରହିଛି। ମହିଳାଙ୍କ ସୁରକ୍ଷା ପାଇଁ ଗୃହ କମିଟି...

ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ

ଖୋର୍ଦ୍ଧା,୨୫।୩: ଭିଜିଲାନ୍ସ ଜାଲରେ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ଟିମ୍‌ ମଙ୍ଗଳବାର ଭୋରରୁ ତାଙ୍କ...

କଟକ SCB ହସ୍ପିଟାଲରେ ଶିଶୁ ଅଦଳବଦଳ: ଜବାବ ମାଗିଲେ ଓଡ଼ିଶା ହାଇକୋର୍ଟ

କଟକ,୨୫ା୩: ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସମ୍ପ୍ରତି ଏକ ଶିଶୁ ଅଦଳବଦଳ ଅଭିଯୋଗ ସମ୍ପର୍କରେ କଟକ ସହରର SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଅଧୀକ୍ଷକଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image