ସ୍ବାସ୍ଥ୍ୟସେବା ବ୍ୟାହତ

କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟାର ପ୍ରତିବାଦରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ) ପକ୍ଷରୁ ଶନିବାର ସକାଳ ୬ଟାରୁ ୨୪ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଏଥିରେ କୋଲକାତା, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଦେଶର ବିଭିନ୍ନ ଭାଗର ଡାକ୍ତର ସାମିଲ ହୋଇଛନ୍ତି। ଫଳରେ ଦେଶବ୍ୟାପୀ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି। ସମଗ୍ର ଓଡ଼ିଶାରେ ମଧ୍ୟ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି।

ନୂଆଦିଲ୍ଲୀ/ କୋଲକାତା /ଭୁବନେଶ୍ୱର (ଅସମାପିକା ସାହୁ) ୧୮ା୮: ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଦିନରାତି ଅହରହ ସେବା କରୁଛୁ। ହେଲେ ଆଜି ଆମେ ନିଜେ ଅସୁରକ୍ଷିତ ହୋଇପଡ଼ିଛୁ। କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିକରି ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତରମାନେ ନିଜ ସୁରକ୍ଷାକୁ ନେଇ ଏପରି ଚିନ୍ତା ପ୍ରକଟ କରିଛନ୍ତି। ପ୍ରଥମେ ବିଭିନ୍ନ ମେଡିକାଲ କଲେଜରେ ରେସିଡେଣ୍ଟ ଡାକ୍ତର ଓ ଜୁନିୟର ଡାକ୍ତରମାନେ ଆନ୍ଦୋଳନ ଚଳାଇଥିଲେ। କିନ୍ତୁ ଶନିବାରଠାରୁ ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ କାର୍ଯ୍ୟବନ୍ଦ ଡାକରାରେ ଓଡ଼ିଶା ସମେତ ସାରା ଦେଶରେ ସରକାରୀ, ଘରୋଇ ଏବଂ କର୍ପୋରେଟ୍‌ ହସ୍ପିଟାଲର ଡାକ୍ତରମାନେ ସାମିଲ ହୋଇ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଓଡ଼ିଶାର ସବୁ ଜିଲାରେ ଆନ୍ଦୋଳନର ପ୍ରଭାବ ପଡ଼ିଛି। ଜରୁରିକାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟସବୁ ଚିକିତ୍ସା ସେବା ପ୍ରାୟତଃ ବନ୍ଦ ଥିବାରୁ ରୋଗୀ ହନ୍ତସନ୍ତ ହୋଇଛନ୍ତି। ବିଶେଷକରି ସରକାରୀ ହସ୍ପିଟାଲରେ ରୋଗୀମାନେ ଚିକିତ୍ସା ନ ପାଇ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି। ଭୁବନେଶ୍ୱରସ୍ଥିତ ଏମ୍‌ସ, କ୍ୟାପିଟାଲ ହସ୍ପିଟାଲ, ରାଜ୍ୟ ବୀମା ହସ୍ପିଟାଲ, କଟକ ଏସ୍‌ସିବି ମେଡିକାଲ, ବୁର୍ଲା ଭିମ୍‌ସାର, ବ୍ରହ୍ମପୁର ଏମ୍‌କେସିଜି, ବାଲେଶ୍ୱର ଫକୀର ମୋହନ ସମେତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ ସେବା ପ୍ରଭାବିତ ହୋଇଛି। ଆଉଟ୍‌ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ସେବା ସହ ଅଣଜରୁରୀ ପରୀକ୍ଷା ବନ୍ଦ ରହିଥିବାରୁ ରୋଗୀମାନେ ହସ୍ପିଟାଲ ଆସି ନିରାଶରେ ଫେରୁଛନ୍ତି। ସେପଟେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ରେସିଡେଣ୍ଟ ଡାକ୍ତର ଏବଂ ଜୁନିୟର ଡାକ୍ତରମାନେ ଚେତାବନୀ ଦେଇଛନ୍ତି।
ଏମ୍‌ସ ଭୁବନେଶ୍ୱରରେ ଡାକ୍ତରମାନେ ଓପିଡି ସେବା ବନ୍ଦକରି ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନରତ ଜଣେ ଡାକ୍ତରୀ ଛାତ୍ରୀ କହିଛନ୍ତି, ରୋଗୀ ସେବା ଆମର ପ୍ରଥମ କର୍ତ୍ତବ୍ୟ। କିନ୍ତୁ ଜନସାଧାରଣଙ୍କୁ ବି ଆମ ଦୁଃଖ ବୁଝିବାକୁ ପଡ଼ିବ। ଆମ ମା’ବାପା ଆମକୁ ପାଠ ପଢ଼ାଇ ଚାକିରି ପାଇଁ ବାହାରକୁ ଛାଡ଼ୁଛନ୍ତି। ଆମେ ସୁରକ୍ଷିତ ନ ରହିଲେ ଚିକିତ୍ସା ସେବା ଦେବୁ କିଭଳି। ଆମେ କୌଣସି ଜରୁରିକାଳୀନ ସେବା ବନ୍ଦ କରିନାହୁଁ। କେବଳ ଓପିଡି ସେବା ବନ୍ଦ ରଖିଛୁ। ଆଉ ଜଣେ ଡାକ୍ତରୀ ଛାତ୍ରୀ କହିଛନ୍ତି, ହସ୍ପିଟାଲ ସୁରକ୍ଷିତ ସ୍ଥାନ ବୋଲି ଆମେ ଭାବୁଥିଲୁ। କିନ୍ତୁ କୋଲକାତା ଘଟଣା ପରେ ଏବେ ନାଇଟ୍‌ ଡ୍ୟୁଟି ନଁା ଶୁଣିଲେ ଭୟ ଲାଗୁଛି। ଆଗରୁ ମୁଁ ବହୁତ ନାଇଟ୍‌ ଡ୍ୟୁଟି କରିଛି। କିନ୍ତୁ ଏବେ ତାହା କରିବା ପାଇଁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦାବି ପୂରଣ ନ ହେବା ଯାଏ ଆମେ ଆନ୍ଦୋଳନ ଜାରି ରଖିବୁ ବୋଲି ଏମ୍‌ସ ଭୁବନେଶ୍ୱରର ରେସିଡେନ୍ସ ଡାକ୍ତର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭୁବନେଶ୍ୱରର ବିଭିନ୍ନ ସରକାରୀ ହସ୍ପିଟାଲ ସହ ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ଡାକ୍ତରମାନେ ଧାରଣା ଦେବା ସହ ପ୍ଲାକାର୍ଡ, ବ୍ୟାନର, କ୍ୟାଣ୍ଡେଲ ଧରି ବିକ୍ଷୋଭ ଓ ରାଲି କରିଥିଲେ। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଓ ଡାକ୍ତରଙ୍କ ସୁରକ୍ଷା ଦାବି କରିଥିଲେ। ଡାକ୍ତରଙ୍କର ଏହି ଆନ୍ଦୋଳନ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, କୋଲକାତାର ଘଟଣା ପାଇଁ ସାରା ଦେଶ ଦୁଃଖିତ। ଏହାର ପ୍ରତିବାଦରେ ଆଇଏମ୍‌ଏ ଡାକରାରେ ଆନ୍ଦୋଳନ ତୀବ୍ର ହୋଇଛି। ଏଥିପ୍ରତି ଆମେ ଦୃଷ୍ଟି ଦେଉଛୁ। ବିଭିନ୍ନ ଡାକ୍ତରୀ ସଂଘ ସହିତ ଆମେ ଲଗାତର ଯୋଗାଯୋଗରେ ଅଛୁ। ରୋଗୀ ସେବା ଯେଭଳି ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଆମେ ଅନୁରୋଧ କରିଛୁ।
ଡାକ୍ତର ଆନ୍ଦୋଳନ ଯୋଗୁ ଦିଲ୍ଲୀର ବଡ଼ ହସ୍ପିଟାଲଗୁଡ଼ିକରେ ଓପିଡି ସେବା ବନ୍ଦ ରହିଥିଲା। ଗୁରୁ ତେଗ୍‌ ବାହାଦୁର, ରାମମନୋହର ଲୋହିଆ, ଡିଡିୟୁ ହସ୍ପିଟାଲ ସମେତ ଏମ୍ସରେ ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେହିପରି ଝାଡ଼ଖଣ୍ଡରେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତରମାନେ ଧର୍ମଘଟରେ ସାମିଲ ହୋଇଥିଲେ। ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ଧାରଣାରେ ବସିଥିଲେ। ଚେନ୍ନାଇରେ ଡାକ୍ତରମାନେ କାର୍ଯ୍ୟ ବର୍ଜନ ବିକ୍ଷୋଭ କରିବାରୁ ସରକାର ଓ ଘରୋଇ ହସ୍ପିଟାଲଗୁଡ଼ିକରେ ବହିର୍ବିଭାଗ ରୋଗୀସେବା ବନ୍ଦ ରହିଥିଲା। ଆଇଏମ୍‌ଏର ଚଣ୍ଡିଗଡ଼ ଶାଖା ଓପିଡି ସେବା ବନ୍ଦ କରି ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ବେଙ୍ଗାଲୁରୁରେ ୧,୦୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଆଇଏମ୍‌ଏ ଅଫିସରେ ବିକ୍ଷୋଭରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକୃତ ଡାକ୍ତର ତାଲିକାରୁ ବାଦ୍‌ ପଡିଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୯ା୯: ପଶ୍ଚିମବଙ୍ଗ ମେଡିକାଲ କାଉନ୍‌ସିଲ (ଡବ୍ଲ୍ୟୁବିଏମ୍‌ସି) ଗୁରୁବାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ପଞ୍ଜୀକରଣକୁ ବାତିଲ କରିଦେଇଛି। ପଞ୍ଜୀକୃତ ଡାକ୍ତର...

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri