Categories: ବାଣିଜ୍ୟ

ହେଲ୍‌ଥଭିଲେର ସିଟି ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା) : ଜୟଦେବବିହାର ଗଙ୍ଗାଧର ମେହେର ମାର୍ଗରେ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ‘ହେଲ୍‌ଥଭିଲେ’ର ସିଟି ସେଣ୍ଟର ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ଏହି ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି।
ସୂଚନାଥାଉ କି, ବାରଙ୍ଗସ୍ଥିତ ଭାଲୁଙ୍କା ଅଞ୍ଚଳର ପ୍ରାକୃତିକ ପରିବେଶରେ ଅବସ୍ଥିତ ହେଲ୍‌ଥଭିଲେ, ଇଷ୍ଟର୍ନ ଇଣ୍ଡିଆର ସର୍ବୋତ୍ତମ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଭାବରେ ଜନପ୍ରିୟ ହୋଇପାରିଛି। ଅଭିଜ୍ଞ ନାଚୁରୋପାଥିକ ବିଶେଷଜ୍ଞଙ୍କ ଦ୍ୱାରା କୌଣସି ପ୍ରତିକୂଳ ପାର୍ଶ୍ୱ ପ୍ରତିକ୍ରିୟା ବିନା ସମସ୍ତ ପ୍ରକାର ସାଧାରଣ, କ୍ରୋନିକ୍‌ ଏବଂ ଦୁରାରୋଗ ବ୍ୟାଧିର ଅତ୍ୟାଧୁନିକ ନାଚୁରୋପାଥିକ୍‌ ଚିକିତ୍ସା ଏଠାରେ ଉପଲବ୍ଧ ହେଉଥିବା ସେଣ୍ଟର ପକ୍ଷରୁ କୁହାଯାଇଛି। ଯୋଗ, ଧ୍ୟାନ ଏବଂ ପ୍ରାଣାୟାମ ସହ ସମସ୍ତ ପ୍ରକାର ପୋଷକ ଯୋଗାଇଥାଏ । ଏ ଅବସରରେ ହେଲ୍‌ଥଭିଲେର ଚେୟାରମ୍ୟାନ୍‌ ଡ. ସତ୍ୟବ୍ରତ ମୀନକେତନ କହିଛନ୍ତି, ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନୂଆ ସେଣ୍ଟର ଖୋଲାଯାଇଛି । ରୋଗୀମାନଙ୍କୁ ପାର୍ଶ୍ୱ ପ୍ରତିକ୍ରିୟା ବିନା ଚିକିସତ୍ା ଯୋଗାଇଦେବା ଏହାର ଲକ୍ଷ୍ୟ ରହିଥିବା ଡ. ମୀନକେତନ କହିଛନ୍ତି।

Share