ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଆଲୁମିନିୟମ ଫୋଏଲ୍‌

ଆଜିକାଲି ଖାଦ୍ୟପଦାର୍ଥକୁ ପ୍ୟାକ୍‌ କରିବା ପାଇଁ ଆଲୁମିନିୟମ ଫୋଏଲ୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସତର୍କ କରାଇ ଦେଇଛନ୍ତି ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ। ଏହି ଆଲୁମିନିୟମ ଫୋଏଲ୍‌ରେ ମେଟାଲ ତତ୍ତ୍ୱ ରହିଛି। ପ୍ୟାକ୍‌ ପରେ ଖାଦ୍ୟ ପଦାର୍ଥ ସହ ଆଲୁମିନିୟମ ଫୋଏଲ୍‌ ଲାଗି ରହିଥାଏ। ଫଳରେ ଏହି ମେଟାଲ ତତ୍ତ୍ୱ ଖାଦ୍ୟ ମଧ୍ୟକୁ ପ୍ରବେଶ କରିଥାଏ, ଯାହା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଜଣାପଡିଛି। ଏହି ଗବେଷଣା ସମୟରେ ସେମାନେ ଆଲୁମିନିୟମ ଫୋଏଲ୍‌ରେ ଥିବା ମେଟାଲ ତତ୍ତ୍ୱର ଗୁଣାବଳୀକୁ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଏହି ତତ୍ତ୍ୱ ଖାଦ୍ୟପଦାର୍ଥ ଦ୍ୱାରା ପେଟ ଭିତରକୁ ଯିବା ଦ୍ୱାରା ପେଟଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛ