ସୁସ୍ଥ ହୃତ୍‌ପିଣ୍ଡ, ନୀରୋଗ ଶରୀର

ମଣିଷ ଶରୀରରେ ହୃତ୍‌ପିଣ୍ଡ ମୁଖ୍ୟତଃ ଏକ ମାଂସପେଶୀୟ ଅଙ୍ଗ। ଏହାର ଆକାର ହାତର ମୁଠା ସହ ପ୍ରାୟ ସମାନ। ଓଜନ ୨୫୦-୩୫୦ ଗ୍ରାମ୍‌, ଲମ୍ବ ୧୨ ସେମି, ଚଉଡ଼ା ୮ ସେମି ଓ ମୋଟେଇ ପାଖାପାଖି ୬ ସେମି। ଏହା ଆମ୍ଭମାନଙ୍କର ଛାତି ଭିତର ବାମ ଓ ଦକ୍ଷିଣ ଫୁସ୍‌ଫୁସ୍‌ ମଧ୍ୟରେ ଅବସ୍ଥିତ ଏବଂ ବାମ ପାର୍ଶ୍ୱରେ ତୀର୍ଯ୍ୟକ ଭାବେ ସ୍ଥାପିତ। ହୃତ୍‌ପିଣ୍ଡ ମାଂସପେଶୀ ଶରୀରର ଅନ୍ୟ କୌଣସି ମାଂସପେଶୀ ଅପେକ୍ଷା ଅଧିକ କାର୍ଯ୍ୟ କରିଥାଆନ୍ତି, କାରଣ ଏହା ଗର୍ଭାବସ୍ଥାର ୫-୬ ସପ୍ତାହରୁ କାମ କରିବା ଆରମ୍ଭ କରିଥାଏ। କେବଳ ସେତିକି ନୁହେଁ, ମଣିଷ ଜୀବିତ ଥିବା ସମୟ ଯାଏ ନିରବଚ୍ଛିନ୍ନ ଭାବେ ରକ୍ତ ସଞ୍ଚାଳନ ପାଇଁ ସଙ୍କୋଚନ ଓ ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଇଥାଏ।
ସମସ୍ତ ଅଶୁଦ୍ଧ ତଥା ଦୂଷିତ ରକ୍ତ ଦକ୍ଷିଣ ଅଞ୍ଚଳକୁ ଆସି ସେଠାରୁ ଦକ୍ଷିଣ ନିଳୟ ଦେଇ ଫୁସ୍‌ଫୁସ୍‌କୁ ଯାଇଥାଏ। ଫୁସ୍‌ଫୁସ୍‌ରେ ଏହି ରକ୍ତ ଅମ୍ଳଜାନ ଗ୍ରହଣ କରି ଶୁଦ୍ଧ ରକ୍ତରେ ପରିଣତ ହୋଇଥାଏ। ତା’ପରେ ବିଶୁଦ୍ଧ ରକ୍ତ ପୁନଶ୍ଚ ବାମ ଅଳିନ୍ଦକୁ ଆସିଥାଏ ଓ ବାମ ନିଳୟ ଦେଇ ସମସ୍ତ ଶରୀରରେ ପ୍ରବାହିତ ହୋଇଥାଏ। ଆମ ହୃତ୍‌ପିଣ୍ଡ ଗୋଟିଏ ଦିନରେ ୬୦୦୦-୭୫୦୦ ଲିଟର ରକ୍ତ ପମ୍ପ କରିଥାଏ। ହୃତ୍‌ପିଣ୍ଡ ଆମେ ବ୍ୟବହାର କରୁଥିବା ଛୋଟ ପାଣି ପମ୍ପ ପରି। ପ୍ରତି ମିନିଟ୍‌ରେ ନିମୟିତ ଭାବେ ୭୨ ଥର ସ୍ପନ୍ଦନ କରୁଥିବା ହୃତ୍‌ପିଣ୍ଡ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଥର ଓ ବର୍ଷକୁ ୩୬୫ ଲକ୍ଷରୁ ଅଧିକ ଥର ସ୍ପନ୍ଦିତ ହୋଇଥାଏ। ହୃତ୍‌ପିଣ୍ଡର କାର୍ଯ୍ୟକାରିତା ବନ୍ଦ ହୋଇଗଲେ ବ୍ୟକ୍ତିଟି ମୃତ୍ୟୁମୁଖରେ ପଡ଼ିଥାଏ।
ରାଜ୍ୟରେ, ଦେଶରେ ଏପରି କି ସାରା ପୃଥିବୀରେ ହୃଦ୍‌ରୋଗ ହେଉଛି ମୃତ୍ୟୁର ପ୍ରମୁଖ କାରଣ। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ଦେଶରେ ପ୍ରତି ଏକ ଲକ୍ଷରେ ୨୮୨ ଜଣ ହୃଦ୍‌ରୋଗରେ ପ୍ରାଣ ହରାଇଥାଆନ୍ତି। ବିଶ୍ୱରେ ଏହି ସଂଖ୍ୟା ୨୩୩, ଯାହାକି ଆମ ଦେଶଠାରୁ କମ୍‌। ସେହିପରି ଆମ ଦେଶରେ ଯୁବତୀଯୁବକଙ୍କଠାରେ ଏହି ରୋଗ ଏବେ ପରିଦୃଷ୍ଟ ହେଉଛି, ଯାହାକି ଉଦ୍‌ବେଗର କାରଣ ପାଲଟିଛି। ଅନେକଙ୍କର ଧାରଣା ରହିଛି ଯେ, ହୃଦ୍‌ରୋଗ କେବଳ ବୟସାଧିକ ବ୍ୟକ୍ତିଙ୍କୁ ହୋଇଥାଏ, କିନ୍ତୁ ଏଭଳି ଭାବିବା ସମ୍ପୂର୍ଣ୍ଣ ଭୁଲ୍‌।
ବିଷୟରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୨୯ କୁ ‘ବିଶ୍ୱ ହୃ୍‌ତ୍‌ପିଣ୍ଡ ଦିବସ’ ଭାବେ ପାଳନ କରାଯାଇଥାଏ। ୨୦୦୦ମସିହାରୁ ପାଳିତ ହୋଇ ଆସୁଥିବା ହୃ୍‌ତ୍‌ପିଣ୍ଡ ଦିବସ ଲାଗି ଚଳିତ ବର୍ଷର ବାର୍ତ୍ତା ରହିଛି ‘ଉପଯୁକ୍ତ କାର୍ଯ୍ୟବିଧାନ ପାଇଁ ହୃତ୍‌ପିଣ୍ଡକୁ ବ୍ୟବହାର କରନ୍ତୁ’। ହୃଦ୍‌ରୋଗର ଭୟାବହତା ଦର୍ଶାଉଛି ଯେ ଏହି ରୋଗରେ କାହାର ବି ମୃତ୍ୟୁ ହୋଇପାରେ। ଆମେ କେବଳ ରୋଗ ହେଲେ ସଚେତନ ହେଉ, ତା’ ପୂର୍ବରୁ ନୁହେଁ।
ହୃଦ୍‌ରୋଗ ଜନ୍ମ ସମୟରୁ ଥାଏ। ଏହି ରୋଗଗୁଡ଼ିକ ସାଧାରଣତଃ ଅପରେଶନ ଦ୍ୱାରା ସଜାଡ଼ି ହୁଏ। ତେଣୁ ଜନ୍ମ ସମୟରେ ଡାକ୍ତର ଅନ୍ୟ ସବୁ ସହିତ ହାର୍ଟକୁ ମଧ୍ୟ ଦେଖିଥାନ୍ତି ଯେ, ଏହିସବୁ ରୋଗ ଅଛି କି ନାହିଁ। ଏହାସହିତ ଷ୍ଟ୍ରୋପ୍ଟୋକୋକସ୍‌ ସଂକ୍ରମଣରେ ହାର୍ଟର କପାଟିକା ରୋଗ ହୋଇଥାଏ, ଯାହାକି ଆଣ୍ଟିବାୟୋଟିକର ଉପଯୁକ୍ତ ବ୍ୟବହାର ଦ୍ୱାରା ବହୁ ମାତ୍ରାରେ କମି ଯାଉଛି।
ସ୍ପନ୍ଦନ ୬୦ରୁ କମ୍‌ ହେଲେ ଏବଂ ନିରନ୍ତର ୧୦୦ରୁ ଅଧିକ ରହିଲେ ତାହାକୁ ସ୍ପନ୍ଦନଜନିତ ହୃଦ୍‌ରୋଗ କୁହାଯାଏ। ଏବେ ସମ୍ପୂର୍ଣ୍ଣ ନିରାପଦ ଚିକିତ୍ସା ଦ୍ୱାରା ଏଥିରୁ ଆରୋଗ୍ୟ ମିଳିପାରୁଛି। ଏପରିକି କାର୍ଯ୍ୟହୀନ ହୃତ୍‌ପିଣ୍ଡକୁ ପେସମେକର ଲଗାଯାଉଛି ଏବଂ ହୃତ୍‌ପିଣ୍ଡ ପ୍ରତିରୋପଣ ମଧ୍ୟ ହେଉଛି।
ସଂକ୍ରମଣ ହେଲେ ଏହାର ବହିଃ ଆବରଣରେ ପାଣି ଜମେ, ମାଂସପେଶୀରେ ମାୟୋକାର୍ଡିଟିସ୍‌ ଓ ଅଭ୍ୟନ୍ତରରେ ଏଣ୍ଡୋକାର୍ଡିଟିସ୍‌ ହୁଏ। ଏହାର ମଧ୍ୟ ଯଥାର୍ଥ ଚିକିତ୍ସା ଉପଲବ୍ଧ। ସୁଖର କଥା ହୃଦ୍‌ଯନ୍ତ୍ରରେ କ୍ୟାନ୍‌ସର ଖୁବ୍‌ କମ୍‌ ଦେଖାଯାଏ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାର୍ଟ ଆଟାକ୍‌ ଓ ବ୍ଲକେଜ୍‌। ହୃତ୍‌ପିଣ୍ଡର ମାଂସପେଶୀ ତଥା ଅନ୍ୟାନ୍ୟ ଆବରଣକୁ ରକ୍ତ ସଂଚାଳନ କରୁଥିବା ଧମନୀଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ରକ୍ତ ସଂଚାଳନ ଅବରୋଧ ହେଲେ ସେ ରକ୍ତ ଯୋଗାଉଥିବା ଅଞ୍ଚଳରେ ହୃତ୍‌ପିଣ୍ଡର ମାଂସପେଶୀ ରକ୍ତ ସଂଚାଳନ ଅଭାବରୁ କାର୍ଯ୍ୟ କରିପାରେ ନାହିଁ ଓ ନଷ୍ଟ ହୋଇଯାଏ। ଏହାକୁ ‘ଆକ୍ୟୁଟ ମାୟୋ କାର୍ଡିଆଲ ଇସ୍ଚିମିଆ’ କୁହାଯାଏ। ଏହା ଏକ ଗୁରୁତର ଅବସ୍ଥା ଓ ସଙ୍ଗେ ସଙ୍ଗେ ଚିକିତ୍ସା ନ ମିଳିଲେ ଅଘଟଣ ମଧ୍ୟ ହୋଇପାରେ।
ଏହିପରି ହୃଦ୍‌ରୋଗର ମଧ୍ୟ କେତୋଟି ସମ୍ଭାବ୍ୟ କାରଣ ଥାଏ। ଏଥିମଧ୍ୟରେ ଉଚ୍ଚ ରକ୍ତଚାପ (୧୪୦/୯୦ରୁ ଅଧିକ), ଡାଇବେଟିସ୍‌ (୧୨୬/୧୮୦)ରୁ ଅଧିକ, ଅତ୍ୟଧିକ ଚର୍ବି ଓ ମୋଟାପଣ, ଫାଷ୍ଟଫୁଡ୍‌ ଓ ତୈଳାକ୍ତ ଖାଦ୍ୟ, ଅଳସୁଆପଣ, ଉଦ୍‌ବେଳନ ଓ ନିଶାଦ୍ରବ୍ୟ ସେବନ ଇତ୍ୟାଦି ପ୍ରମୁଖ।
ରକ୍ତଚାପ, ଡାଇବେଟିସ୍‌ ମାପିବା ପାଇଁ ନିଜେ ବ୍ୟବହାର କରିପାରିବା ଭଳି ଯନ୍ତ୍ର ଉପଲବ୍ଧ। ରକ୍ତଚାପ ଏବଂ ଡାଇବେଟିସ୍‌ ସମସ୍ୟା ଥିଲେ ଏହାକୁ ନିୟନ୍ତ୍ରଣରେ ରଖିବା ଜରୁରୀ। ତା’ ସହ ଜଣେ ରକ୍ତଚାପ ଏବଂ ଡାଇବେଟିସ୍‌ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଔଷଧ ଖାଇବା ଦରକାର। ଏହାସହ ନିୟମିତ ବ୍ୟାୟାମ, ଖାଦ୍ୟ ସନ୍ତୁଳନ ଏବଂ ଓଜନ ହ୍ରାସ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଥାଇରଏଡ୍‌ କ୍ଷେତ୍ରରେ ନିୟମିତ ପରୀକ୍ଷା ଓ ଔଷଧ ଖାଇବା ମଧ୍ୟ ଜରୁରୀ। ମାନସିକ ସନ୍ତୁଳନ ଓ ଚାପମୁକ୍ତ ଜୀବନଶୈଳୀ ମଧ୍ୟ ତନ୍ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ। ସବୁବେଳେ ଓଜନକୁ ସନ୍ତୁଳିତ ରଖିବା ସହ ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖିବା ଦରକାର।
ଡାକ୍ତରୀ ବିଜ୍ଞାନରେ ଏକ ପ୍ରମୁଖ ସ୍ଥାନ ହୋଇଥିବାରୁ ଏ ବିଷୟରେ ଅଧିକରୁ ଅଧିକ ଗବେଷଣା କରାଯାଉଛି। ଇସିଜି, ଇକୋ, ଟ୍ରିଡମିଲ, ଆଞ୍ଜିଓଗ୍ରାଫି ଓ ଆହୁରି ଅନେକ ପରୀକ୍ଷା ଦ୍ୱାରା ହୃଦ୍‌ରୋଗରୁ ଅନେକାଂଶରେ ଆରୋଗ୍ୟ ମିଳିପାରୁଛି। କ୍ୟାଥେଟର, ବିନା ଅପରେଶନ, ରକ୍ତ ଜମାଟ ନ ହେବା ଔଷଧ, ହୃତ୍‌ପିଣ୍ଡର ସ୍ପନ୍ଦନ ଗତି ନିୟନ୍ତ୍ରଣ, ରକ୍ତ ସଂଚାଳନକୁ ଠିକ୍‌ ରଖିବା ଲାଗି ଅନେକ ଉପାୟ ବାହାରିଛି ଏବଂ ଏସବୁ ସଫଳ ରୂପେ ପ୍ରୟୋଗ କରାଯାଇପାରୁଛି। ତେବେ ହୃତ୍‌ପିଣ୍ଡ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା-ଏକଥା ଭୁଲିଯିବା ଉଚିତ ନୁହେଁ।

-ଡା. ରାମଚନ୍ଦ୍ର ରାଉତ, ବରିଷ୍ଠ ଚିକିତ୍ସକ ତଥା ପୂର୍ବତନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ,
ମୋ : ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ...

ଫଟୋ ବି ବଦଳାଇପାରେ ଭାଗ୍ୟ: ଜାଣନ୍ତୁ କେମିତି…

ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା ଭିନ୍ନ ଭିନ୍ନ ହୋଇଥାଏ। କାହାର ଚାକିରିକୁ ନେଇ ଟେନ୍‌ସନ୍‌ ରହିଥାଏ ତ କାହାର ବିଜ୍‌ନେସ୍‌କୁ ନେଇ। ପୁଣି କିଏ ପଇସାପତ୍ର ପାଇଁ...

ଟେନ୍‌ସନ୍‌ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ।...

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri