ଅମୃତଭଣ୍ଡାରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରି ରହିଛି। ପାଚନ କ୍ରିୟାକୁ ସକ୍ରିୟ କରିବାରେ ଅମୃତଭଣ୍ଡା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆପଣ ମେଦବହୁଳତା ସମସ୍ୟା ସହ ଜଡିତ କି ? ଯଦି ହଁ, ତେବେ ଓଜନକୁ ସନ୍ତୁଳିତ ରଖିବା ପାଇଁ ଦୈନନ୍ଦିନ ଖାଦ୍ୟ ତାଲିକାରେ ଅମୃତଭଣ୍ଡା ସାମିଲ କରନ୍ତୁ। ଏହା ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଜଣେ ଡାଇବେଟିସ୍ ରୋଗୀ ଏହାକୁ ଖାଇଲେ ତାହା ନିଜ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅମୃତଭଣ୍ଡା ଖାଇଲେ ତାହାର ଭଲ ପ୍ରଭାବ କିଡ୍ନୀ ଉପରେ ପଡିଥାଏ। ହୃଦ୍ଜନିତ ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରନ୍ତି। ଏହାକୁ ନିୟମିତ ଖାଇଲେ ତାହା ଆର୍ଥ୍ରାଇଟିସ ରୋଗରୁ କେତେକାଂଶରେ ଉପଶମ ଦେଇଥାଏ।