ପର୍ନ ଷ୍ଟାର ମାମଲାରେ ଟ୍ରମ୍ଫଙ୍କ ବିରୋଧରେ ଆସନ୍ତା ବର୍ଷ ୨୫ ମାର୍ଚ୍ଚରେ ହେବ ପରବର୍ତ୍ତି ଶୁଣାଣି

ଓ୍ବାଶିଂଟନ,୨୪।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ନ ଷ୍ଟାରଙ୍କୁ ଚୁପ ରହିବା ବଦଳରେ ଅର୍ଥ ଦେବା ଆପରାଧିକ ମାମଲାରେ ଟ୍ରାଏଲ କୋର୍ଟ ଆସନ୍ତା ବର୍ଷ ୨୫ ମାର୍ଚ୍ଚରେ ଶୁଣାଣି କରିବେ। ମ୍ୟାନହଟନ କୋର୍ଟରେ ଫ୍ଲୋରିଡାରୁ ଭିଡିଓ କନଫରେନସିଂ ଜରିଆରେ ଶୁଣାଣିରେ ସାମିଲ ହୋଇଥିବା ଟ୍ରମ୍ଫଙ୍କୁ ଏହି ସମୟ ଭିତରେ ତାଙ୍କର ସମସ୍ତ କାର୍ଯ୍ୟକୁ ରଦ୍ଦ କରିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ।

୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଟ୍ରମ୍ପଙ୍କ ପାଇଁ ଏହା ଅଡୁଆ କରିପାରେ। ମ୍ୟାନହଟନ ଷ୍ଟେଟ କୋର୍ଟର ବିଚାରପତି ଜୁଆନ ମାର୍ଚାନ ମଧ୍ୟ ଟ୍ରମ୍ପଙ୍କୁ ସର୍ବସାଧାରଣରେ ବିତର୍କ କରିବା ପରିବର୍ତ୍ତେ କୋର୍ଟରେ କୌଣସିି ପ୍ରମାଣ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ଟ୍ରମ୍ପ ତାଙ୍କ ଓକିଲ ଟାଡ ବ୍ଲାନଚେଙ୍କ ସହ କୋର୍ଟ ପରିସରରେ ସ୍କ୍ରିନରେ ବସିଥିବାର ନଜର ଆସିଛନ୍ତି। ଟ୍ରମ୍ପ ଏକ ପୋଷ୍ଟରେ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ଅଭିବ୍ୟକ୍ତିର ସ୍ବାଧୀନତାକୁ ଉଲ୍ଲଂଘନ କରିବ।

Share