ଭୁବନେଶ୍ୱର,୧୨।୬: ମୋହନ ଚରଣ ମାଝୀ ବୁଦବାର ଓଡିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏତେ ବଡ଼ ଖବର ମୋହନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ଚମତ୍କାର ଠାରୁ କମ ନୁହେଁ। କାରଣ ପରିବାରରେ କେହି କେବେ ଭାବି ନ ଥିେଲେ କି, ଦିନେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ।
ମୋହନଙ୍କ ପୁଅ କୃଷ୍ଣ କେନ୍ଦ୍ରିୟ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି। ସେ କହିଛନ୍ତି, ମୋ ବାପା ମୁଖ୍ୟମନ୍ତ୍ରୀ ହୋଇଯିବା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଏବେ ମୋ ସାଙ୍ଗମାନେ ମୋତେ ଭୋଜି ମାଗୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋହନ ମାଝିଙ୍କ ନାମ ଘୋଷଣା ହେବା ପରେ ତାଙ୍କ ଜନ୍ମ ସ୍ଥାନ କେଉଁଝର ଜିଲାର ରାଇକେଲାରେ ଖୁସିର ମାହୋଲ ଖେଳି ଯାଇଛି।