
ନୂଆପଡ଼ା,୧୯ା୩(ମକାରୁ ବେମାଲ): ନୂଆପଡ଼ା ଜିଲା ସିନାପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହଠାରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାସ ଓ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାଏକ ଉପସ୍ଥିତ ରହି ସମସ୍ତ ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ଖଡିଆଳ ବନଖଣ୍ଡ ଅଧିକାରୀ ମହମ୍ମଦ ଅଜିଜ ଖାନ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ଯୋଗେନ୍ଦ୍ର ମାଝି, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ଉପାଧ୍ୟକ୍ଷା ମୀନା ଘିବେଳା, ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ମୋଟ ୫୩ ଅଭିଯୋଗ ମଧ୍ୟରୁ ୩୧ ବ୍ୟକ୍ତିଗତ ଓ ୨୨ ସାମୂହିକ ରହିଥିଲା। ଅସହାୟ ମହିଳା ରିନା ମେହେରଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ା ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତଦାତାଙ୍କୁ ମାନପତ୍ର ଦିଆଯାଇଥିଲା। ଜିଲାପାଳଙ୍କ ପ୍ରତିନିଧି ଶେଖ ନସିମ, ହେମନ୍ତ ପୁଟା ଶିବିର ପରିଚାଳନା କରିଥିଲେ ା