Advertisement
Categories: ଜାତୀୟ

କୃଷି ଆଇନ ବିରୋଧରେ ଆବେଦନର ଶୁଣାଣି ୧୧ରେ

ନୂଆଦିଲ୍ଲୀ, ୭।୧(ପି.ଟି.): ନୂଆ କୃଷି ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନର ଶୁଣାଣି ୧୧ ତାରିଖରେ କରିବାକୁ ସୁପ୍ରିମକୋର୍ଟ ବୁଧବାର କହିଛନ୍ତି। ଏଥିସହିତ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ନେଇ ଦେଖାଦେଇଥିବା ସମସ୍ୟା ଉପରେ ଆବେଦନର ମଧ୍ୟ ସେହିଦିନ ଶୁଣାଣି ହେବ। ଆନ୍ଦୋଳନର ସମାଧାନ ଲାଗି ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବା କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା। ଆନ୍ଦୋଳନକୁ ନେଇ କୌଣସି ଅଗ୍ରଗତି ହୋଇ ନ ଥିବା ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅନୁଭବ କରିଥିଲେ। ଉଭୟ ପକ୍ଷ ଖୁବ୍‌ଶୀଘ୍ର ସମାଧାନରେ ପହଞ୍ଚତ୍ବାର ଯଥେଷ୍ଟ ସମ୍ଭାବନା ଥିବା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ। ଆଲୋଚନା ଜାରି ରହିଥିବାରୁ ୮ ତାରିଖରେ ଶୁଣାଣି ରଖାଯିବା ଉଚିତ ନୁହେଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ। ଫଳରେ ପରବର୍ତ୍ତୀ ଶୁଣାଣି ୧୧ ତାରିଖକୁ ଧାର୍ଯ୍ୟ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share