Categories: ଫୁରସତ

ବାକ୍‌ଶକ୍ତିକୁ ପ୍ରଭାବିତ କରେ ଶ୍ରବଣ ସମସ୍ୟା

ଜନ୍ମ ସମୟରେ ଶିଶୁ ଶବ୍ଦର ଅନୁକରଣ ମାଧ୍ୟମରେ କଥା କହିବାକୁ ପ୍ରୟାସ କରିଥାଏ। ମାତାପିତା, ପରିବାର ସଦସ୍ୟଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେବେ ଯଦି ଶିଶୁଟିର ଶ୍ରବଣରେ ସମସ୍ୟା ରହିଥାଏ, ତେବେ ସେ କିଛି ବି ଶୁଣିପାରେ ନାହିଁ। ଫଳରେ କଥା କହିବା ଏଭଳି ଶିଶୁଙ୍କ କ୍ଷେତ୍ରରେ ପ୍ରାୟତଃ ଅସମ୍ଭବ ହୋଇଥାଏ। ଏହା ଦ୍ୱାରା ବାକ୍‌ବାଧିତ ସୃଷ୍ଟି ହୋଇଥାଏ। ଶିଶୁର ଶୁଣିବା ଏବଂ କଥା କହିବା ମଧ୍ୟରେ ନିବିଡ଼ ସମ୍ପର୍କ ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ମାର୍ଚ୍ଚ ୩ରେ ବିଶ୍ୱ ଶ୍ରବଣ ଦିବସ ପାଳନ କରାଯାଇଥାଏ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହି ଦିବସ ପାଳନ ଅବସରରେ ବିଶ୍ୱବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ। ୨୦୦୭ରେ ପ୍ରଥମ ଥର ପାଇଁ ଏହା ଅନ୍ତର୍ଜାତୀୟ କାନ ଯତ୍ନ ଦିବସ ଭାବେ ପାଳନ କରାଯାଇଥିଲା। ୨୦୧୬ଠାରୁ ଏହାକୁ ବିଶ୍ୱ ଶ୍ରବଣ ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱ ଶ୍ରବଣ ଦିବସ ୨୦୨୨ର ବିଷୟବସ୍ତୁ ହେଉଛି ‘ଜୀବନ ପାଇଁ ଶୁଣିବା, ଯତ୍ନର ସହିତ ଶୁଣ’(ଟୁ ହିୟର ଫର୍‌ ଲାଇଫ୍‌, ଲିଶିନ୍‌ ଓ୍ବିଥ୍‌ କେୟାର)।

Share