ଅଭିଯୋଗ ଶୁଣି ତତ୍‌କ୍ଷଣାତ ନିର୍ଦ୍ଦେଶ ଦେଲେ

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ସବୁଦିନ ପରି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନ ପରିସରରେ ବହୁ ଲୋକଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଆସି ଜଣ ଜଣ କରି ଲୋକଙ୍କ ସମସ୍ୟା ଶୁଣିଥିଲେ ଓ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା। ନୟାଗଡ଼ରୁ ଆସିଥିବା ଊର୍ମିଳା ସାହୁ ନିଜ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ କହିଲା ବେଳେ ଭାବବିହ୍ବଳ ହୋଇ ଅସୁସ୍ଥ ଅନୁଭବ କଲେ। ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ହାତରେ ତାଙ୍କୁ ପାଣି ପିଆଇଲେ।
ସେହିପରି ଦୃଷ୍ଟିବାଧିତ ବିଦ୍ୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଆସିଥିଲେ ସେମାନଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହୋଇ ଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସାଧାରଣ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆତ୍ମୀୟତାଭରା ବ୍ୟବହାର ଦେଖି ଊର୍ମିଳା ଏବଂ ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକମାନଙ୍କ ଆଖିରୁ ଆନନ୍ଦାଶ୍ରୁ ବୋହି ଯାଇଥିଲା।
ସାଧାରଣ ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ, ଦିବ୍ୟାଙ୍ଗ ଆଦି ସବୁ ବର୍ଗର ଲୋକ ରହିଥିଲେ।
କଟକ ଖ୍ରୀଷ୍ଟ କଲିଜିଏଟ ସ୍କୁଲର ଶିକ୍ଷୟିତ୍ରୀମାନେ ୩ ମାସ ହେଲା ଦରମା ପାଉ ନାହାନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ସେମାନଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ହେବା ପରେ ସମାଧାନ ପାଇଁ ସଙ୍ଗେ ସଙ୍ଗେ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖୁବ୍‌ଶୀଘ୍ର ବରିଷ୍ଠତା ଭିତ୍ତିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ମିଳିବ ଓ ସେମାନଙ୍କର ଦରମା ମଧ୍ୟ ନିୟମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଅଶ୍ୱାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତତ୍‌କ୍ଷଣାତ ପଦକ୍ଷେପ ଯୋଗୁ ଶିକ୍ଷୟିତ୍ରୀମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବସିବା ଦିଗ, ଏହା ପଛରେ ରହିଛି ବଡ଼ କାରଣ, ଜାଣନ୍ତୁ କ’ଣ କହିଲେ ବାସ୍ତୁବିତ୍‌

ଭୁବନେଶ୍ୱର,୪।୭: ଲୋକସେବା ଭବନ ନିଜ କାର୍ଯ୍ୟାଳୟରେ ବସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ନବୀନ ପଟ୍ଟନାୟକ ଯେଉଁ ପ୍ରକୋଷ୍ଠରେ ବସୁଥିଲେ, ସେଇଠି ମୋହନ ବସିଛନ୍ତି। ତେବେ ସିଏମଓ...

ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୭: ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଫସଲ ପାଇଁ ୧୧ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବେ। ଏହାସହିତ ପ୍ରତ୍ୟେକ ଚାଷୀଙ୍କୁ ଏକ...

ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

ଭୁବନେଶ୍ୱର,୪ା୭: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।...

ସିଏମଓରୁ ୪ ଅଫିସରଙ୍କୁ ହଟାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର,୪।୭: ସିଏମଓରେ କାର୍ଯ୍ୟରତ ୪ ଅଫିସରଙ୍କୁ ଜିଏ ବିଭାଗକୁ ପଠାଯାଇଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ୪ ଅଫିସର ସିଏମଓରେ କାର୍ଯ୍ୟରତ ଥିଲେ।...

ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଭଙ୍ଗାରୁଜା

ଭଦ୍ରକ, ୪।୭: ଭଦ୍ରକ ଗେଲପୁରସ୍ଥିତ ମାତୃ ଓ ଶିଶୁ ମଙ୍ଗଳ ହସ୍ପିଟାଲରେ ଗୁରୁବାର ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା ସହ ଉତ୍ତେଜନା...

ନିଖୋଜର ୫ ଦିନ ପରେ ପାହାଡ଼ରୁ ୩ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ବାଲେଶ୍ଵର ଅଫିସ (ମାନସ ବିଶ୍ୱାଳ)୪।୭: ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ପଞ୍ଚାୟତ ବଡ଼ପୋଖରୀ ରାଜସ୍ୱ ଗ୍ରାମର ଆଦିବାସୀ ବସ୍ତି ବରପଦା ଗ୍ରାମରେ ଚାରି ଦିନ...

କଲେଜ ବସ୍‌ରେ ନିଆଁ

ଅନୁଗୋଳ,୪।୭: ଅନୁଗୋଳ ରାଧାରମଣପଡ଼ାଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଛାତ୍ରୀଛାତ୍ରଙ୍କୁ ଧରି ଯାଉଥିବା ଏକ ଘରୋଇ କଲେଜ ବସ୍‌ରେ ନିଆଁ ଲାଗି ବସ୍‌ଟି...

ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍‌ଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪।୭: ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍‌ଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଚାର୍ଯ୍ୟ ବିହାର ସ୍ଥିତ ରହୁଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଏଏସ୍‌ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri