ବୃଦ୍ଧ ବାପାଙ୍କ ଘର ବାହୁଡା ଶୁଣି ଘରେ ତାଲା ପକାଇ ପୁଅ, ବୋହୂ ଚମ୍ପଟ

କୁଜଙ୍ଗ,୩।୧୨(ମନୋଜ ପ୍ରଧାନ): ପରିଣତ ବୟସରେ ବୃଦ୍ଧ ବାପାଙ୍କୁ ଘରୁ ବାହାର କରିଦେଇଥିଲେ ପୁଅ, ବୋହୂ। ଫଳରେ ସେ ଭୋକ ଉପାସରେ ଛଟପଟ ହେଉଥିଲେ। ପ୍ରଶାସନ ହସ୍ତକ୍ଷେପ କରି ସମ୍ପୃକ୍ତ ବୃଦ୍ଧଙ୍କୁ ଘରକୁ ନେଇଥିବାବେଳେ ପୁଅ, ବୋହୂ ଘରେ ତାଲା ପକାଇ ଚମ୍ପଟ ମାରିଛନ୍ତି। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ବମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମର ୧୦ନଂ ୱାର୍ଡରେ। ଏଠାକାର ଶୁକ ବାରିକ(୮୦)ଙ୍କୁ ଦୀର୍ଘ ବର୍ଷ ହେବ ପୁଅ ଓ ବୋହୂ ଘରୁ ବାହାର କରି ଦେଇଛନ୍ତି। ଏହାର ଆପୋଷ ସମାଧାନ କରିବା ଉଦ୍ଦେଶ୍ୟରେ ଶୁକ ସ୍ବେଚ୍ଛାସେବୀ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେଶନର ସହଯୋଗ ଲୋଡ଼ିଥିଲେ। ଏହାପରେ ଫାଉଣ୍ଡେଶନର କର୍ତ୍ତୁପକ୍ଷ ଜଗତସିଂହପୁର ଅତିରିକ୍ତ ଜିଲାପାଳଙ୍କ ନିକଟରେ ଶୁକଙ୍କୁ ନେଇ ପହଞ୍ଚତ୍ ଥିଲେ।
ଅଭିଯୋଗ ଆଧାରରେ ଅତିରିକ୍ତ ଜିଲାପାଳ ତାଙ୍କୁ ଥଇଥାନ କରିବା ପାଇଁ କୁଜଙ୍ଗ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କୁ ନିର୍ଦେଶ ଦେଇଥିଲେ। ଏହାପରେ ପୋଲିସ, ବ୍ୟାସ ଫାଉଣ୍ଡେଶନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ଉପଧ୍ୟକ୍ଷା ରଶ୍ମିତା ନାୟକ ପ୍ରମୁଖ ସୋମବାର ଶୁକଙ୍କୁ ନେଇ ତାଙ୍କ ଘରକୁ ଯାଇଥିବାବେଳେ କୌଣସି ସୂତ୍ରରୁ ଖବରପାଇ ପୁଅ, ବୋହୂ ଘରେ ତାଲା ପକାଇ କୁଆଡ଼େ ଚାଲିଯାଇଛନ୍ତି। ଏନେଇ ଘର ବାରଣ୍ଡାରେ ବୃଦ୍ଧ ଶୁକ, ଥାନା ଅଧିକାରୀ ଓ ବ୍ୟାସ ଫାଉଣ୍ଡେଶନର କର୍ତ୍ତୁପକ୍ଷ ବସି ରହିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ମିଳିବ ପୁଷ୍ଟିକର ଲଡ଼ୁ: ମାଲାମାଲ୍‌ ହେବେ କ୍ଷୁଦ୍ର ବ୍ୟବସାୟୀ

ଦାରିଙ୍ଗବାଡି, ୩୧।୩ (ଅରୁଣ ସାହୁ):ଏଣିକି ଛାତ୍ରୀଛାତ୍ରଙ୍କୁ ମିଳିବ ପୃଷ୍ଟିକର ଖାଦ୍ୟ। ସେଥିରେ ସାମିଲ ହେବ ସୁସ୍ବାଦ ପୁଷ୍ଟିକର ଲଡ଼ୁ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ...

ମାମୁଁ ଘରକୁ ବୁଳିବାକୁ ଆସିଥିଲେ: ପୋଖରୀରେ ବୁଡି ଗଲା ଜୀବନ

ବାଲେଶ୍ବର,୩୧।୩: ବାଲେଶ୍ବର ଜିଲା ବ୍ରହ୍ମପୁର ଥାନା ଭୋଗଦିଆ ଗାଁରେ ସୋମବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ନାବାଳିକାଙ୍କୁ ବଳାତ୍କାର: ୨୩ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୁରୀ,୩୧।୩: ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ସାମ୍‌ନାକୁ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅସ୍ତରଙ୍ଗ ଥାନା ପୋଲିସ...

ରେଳ ଇଞ୍ଜିନକୁ ପଥର ଫିଙ୍ଗିଥିଲେ, ପରେ…

ବନ୍ଧମୁଣ୍ଡା,୩୧ା୩(ସୁବ୍ରତ ଦେ): ବନ୍ଧମୁଣ୍ଡା ରେଳ ସେକ୍ସନର ଡୁମେରତା ରେଳ ଷ୍ଟେଶନ ନିକଟସ୍ଥ ୨ ନମ୍ବର ରେଳ ଫାଟକ ନିକଟରେ ରେଳ ଇଞ୍ଜିନରେ ପଥର ଫିଙ୍ଗି ଇଞ୍ଜିନର...

ରାଉରକେଲା ବେଦବ୍ୟାସରେ ନିର୍ମାଣ କରାଯିବ ଝୁଲା କାଚ ପୋଲ

ରାଉରକେଲା, ୩୧।୩: ରାଉରକେଲାର ବେଦବ୍ୟାସରେ ଏକ ଝୁଲା କାଚ ପୋଲ ନିର୍ମାଣ ହେବାକୁ ଯାଉଛି, ଏହା ଓଡିଶାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଘୋଷଣା...

ଉଚ୍ଚତର ଶିକ୍ଷା ପାଇଁ ଉତ୍ସାହିତ କଲେ ଅତିଥି: ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବିଦାୟ...

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ...

ପୋଡ଼ିହୋଇ ଜୀବନ ହାରିଲେ ପ୍ରଧାନ ଶିକ୍ଷୟିତ୍ରୀ

କୋଣାର୍କ,୩୧।୩: କିରୋସିନିରେ ପୋଡ଼ି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ପୁରୀ ଜିଲା ଅସ୍ତରଙ୍ଗ ଥାନା ଆଳସାହି ସ୍ଥିତ ଘରେ ପ୍ରଧାନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image