‘ଷ୍ଟାର୍‌ ୱାଇଫ୍‌’ ଶବ୍ଦ ଶୁଣି ରାଗିଗଲେ ମୀରା

ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁରକୁ ଇଣ୍ଡଷ୍ଟ୍ରିର ପାୱାର୍‌ କପଲ୍‌ ଭାବେ ଗଣାଯାଏ। ଉଭୟ ପ୍ରାୟତଃ ପ୍ରଶଂସକଙ୍କ ସହ ସେମାନଙ୍କର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ସୋସିଆଲ ମିଡିଆରେ ମୀରା ବେଶ୍‌ ସକ୍ରିୟ। ନିକଟରେ ଏକ ସାକ୍ଷାତକାର ସମୟରେ ତାଙ୍କୁ ‘ଷ୍ଟାର୍‌ ୱାଇଫ୍‌’ କୁହାଯିବାରୁ ସେ ଚିଡି ଯାଇଛନ୍ତି। ମୀରା କହିଛନ୍ତି, ମୁଁ ଜଣେ ଷ୍ଟାରଙ୍କ ସ୍ତ୍ରୀ, କିନ୍ତୁ ମୁଁ ‘ଷ୍ଟାର୍‌ ୱାଇଫ୍‌’ ଶବ୍ଦ ଶୁଣିବାକୁ ପସନ୍ଦ କରେ ନାହିଁ। ‘ଷ୍ଟାର୍‌ ୱାଇଫ୍‌’ କିମ୍ବା ‘ଷ୍ଟାର୍‌ କିଡ୍ସ’ ଭଳି ଶବ୍ଦ ଶୁଣି ଚିଡି ଯାଏ। ଲୋକମାନେ ଏହା ମଧ୍ୟ ଭାବିବା ଉଚିତ ଯେ ‘ଷ୍ଟାର୍‌ ୱାଇଫ୍‌’ ବ୍ୟତୀତ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ପରିଚୟ ଅଛି। ତେଣୁ ଏକଥା କହିବା ଆଦୌ ଉଚିତ୍‌ ନୁହେଁ।
ମୀରା ରାଜପୁତ ଏବଂ ଶହିଦ କପୁରଙ୍କ ଯୋଡି ବହୁତ ପ୍ରସିଦ୍ଧ। ଉଭୟ ୨୦୧୫ରେ ବିବାହ କରିଥିଲେ। ବିବାହର ସାତ ବର୍ଷ ପରେ ମଧ୍ୟ ଉଭୟଙ୍କ ବନ୍ଧନ ବହୁତ ଶକ୍ତିଶାଳୀ।

Share