ମନ୍ତ୍ରୀଙ୍କ ଏଭଳି ଉତ୍ତର ଶୁଣି ବିଧାୟକ କହିଲେ ଭୁଲ ତଥ୍ୟ ଦେଉଛନ୍ତି…

ଭୁବନେଶ୍ୱର,୨୯।୭: ବିଧାନସଭା ଅଧିବେଶନର ସୋମବାର ଷଷ୍ଠ ଦିନ। ତେବେ ପ୍ରଶ୍ନକାଳ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିଥିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପକ୍ଷରୁ ଉତ୍ତର ରଖୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସିମୁଳିଆର ଦମକଳ କେନ୍ଦ୍ର ସମ୍ପର୍କରେ ଠିକ ଭାବେ ଜଣାଇବାକୁ ସେ କହିଥିଲେ। ସିମୁଳିଆ ବ୍ଲକରେ କେଉଁଠି  ଦମକଳ କେନ୍ଦ୍ର ଅଛି ଠିକ ଭାବେ ଜଣାଇବାକୁ ଦାବି ରଖିଥିଲେ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖି କହିଲେ, ପ୍ରତି ୩୦ କିଲୋମିଟରରେ ଦମକଳ କେନ୍ଦ୍ର ଖୋଲାଯାଏ, ୩୧୪ ବ୍ଲକରେ କାର୍ଯ୍ୟକ୍ଷମ ଅଛି ।
ଗୋଟିଏ ବ୍ଲକରେ ଗୋଟିଏ ଦମକଳକେନ୍ଦ୍ର ସ୍ଥାପନ କରିବା ପାଇଁ ସରକାରୀ ନିୟମ ରହିଛି। ସେହି ଅଞ୍ଚଳରେ ବାର୍ଷିକ ୧୦ରୁ ୧୫ଟି ନିଆଁ ଲାଗିବା ଘଟଣା ଘଟିଥିବ। ୩୦ କିମି ଦୂରତା ଭିତରେ କୌଣସି ଅଗ୍ନିଶମ କେନ୍ଦ୍ର ନ ଥିବ। ଏହି ଆଧାରରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଦମକଳ କେନ୍ଦ୍ର କରାଯାଇଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଏହା  କାର୍ଯ୍ୟକାରୀ ହେଉଛି । ଅନ୍ୟପକ୍ଷେ  ସେ କହିଛନ୍ତି  ଅଧିକାରୀମାନେ  ମନ୍ତ୍ରୀଙ୍କୁ  ଭୁଲ ତଥ୍ୟ ଦେଉଛନ୍ତି।
Share