ଜୟଶଙ୍କରଙ୍କ ଏହି କଥା ଶୁଣି ଖୁସିରେ ଗଦ୍‌ଗଦ୍‌ ଚାଇନା: ପ୍ରଶଂସାରେ ହେଲା ଶତମୁଖ

ନୂଆଦିଲ୍ଲୀ,୧୪।୫: ଆମେରିକାର ପ୍ରାଧାନ୍ୟ ବିରୋଧରେ ଏସ ଜୟଶଙ୍କରଙ୍କ ଏକ ବିବୃତ୍ତିକୁ ଚାଇନା ବହୁତ ପସନ୍ଦ କରିଛି। ନେପାଳରେ ପୋଷ୍ଟ ହୋଇଥିବା ଚାଇନା ରାଷ୍ଟ୍ରଦୂତ ଚେନ ଶୋଙ୍ଗ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଭିଡିଓ ଶେୟାର କରି ଚେନ ଏକ୍ସରେ ଲେଖିଛନ୍ତି, ଏହା ଏକ ବହୁତ ଶକ୍ତିଶାଳୀ ବାର୍ତ୍ତା। କାରଣ ଏହି ଭିଡିଓରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ଆଧିପତ୍ୟ ବିଷୟରେ ଏକ ଦୃଢ ବାର୍ତ୍ତା ଦେଉଛନ୍ତି। ଶୀତଳ ଯୁଦ୍ଧ ପରେ ଆରମ୍ଭ ହୋଇଥିବା ଆମେରିକାର ଆଧିପତ୍ୟ ପ୍ରଭାବଶାଳୀ ଭାବରେ ଏବେ ଶେଷ ହୋଇଛି।
ଏକ ସାକ୍ଷାତକାରରେ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ କରି ଜୟଶଙ୍କର କହିଛନ୍ତି, ଆଜି ୟୁକ୍ରେନରେ ଯୁଦ୍ଧ ଚାଲିଛି, ଗାଜାରେ ବିବାଦ ଜାରି ରହିଛି, ଲୋହିତ ସାଗର ଏବଂ ଆରବ ସାଗରରେ ଆକ୍ରମଣ ଘଟୁଛି। ଏହା ବ୍ୟତୀତ ଦକ୍ଷିଣ ଚାଇନା ସି’ରେ ଉତ୍ତେଜନା ଦେଖାଦେଇଛି, ଦୁନିଆର ଅନେକ ସ୍ଥାନରେ ଆତଙ୍କବାଦ ସମସ୍ୟା ରହିଛି। ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ (ଏଲଏସି) ଉପରେ ଆମର ଚାଇନା ସହିତ ବିବାଦ ଅଛି, ଚାଇନା ସହିତ ଅନ୍ୟ ଦେଶମାନଙ୍କର ମଧ୍ୟ ଭିନ୍ନ ସମସ୍ୟା ରହିଛି । ଏହା ସହିତ ଆମେରିକାର ପ୍ରଭାବ ମଧ୍ୟ ହ୍ରାସ ପାଉଛି।
ଏସ ଜୟଶଙ୍କର କହିଛନ୍ତି, ଆମେରିକା ତଥାପି ବିଶ୍ୱର ଅଗ୍ରଣୀ ସୁପର ପାୱାର, କିନ୍ତୁ ଏହା ପଛରେ ଠିଆ ହୋଇଥିବା ଶକ୍ତି ଆଜି ଆମେରିକାର ନିକଟତର ହୋଇଛି। ବିଶ୍ୱ ପ୍ରତି ଆମେରିକାର ମନୋଭାବରେ ମଧ୍ୟ ପରିବର୍ତ୍ତନ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ହସ୍ପିଟାଲକୁ ଧକ୍କାଦେଲା ହେଲିକପ୍ଟର: ଚାଲିଗଲା ୪ ଜୀବନ

ଆଙ୍କାରା,୨୨ା୧୨:ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍‌’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍‌ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ମୋଦିଙ୍କୁ ମିଳିଲା ‘ଦ ଅର୍ଡର ଅଫ ମୁବାରକ ଅଲ କବୀର’ ସମ୍ମାନ

କୁଏତ ସିଟି,୨୨।୧୨: କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ

ବାରାଣସୀ, ୨୨।୧୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଚେତଗଞ୍ଜ ଥାନା ରାମକୋଟରାସ୍ଥିତ ଏକ ହୋଟେଲର ତୃତୀୟ ମହଲାରୁ ଶୁକ୍ରବାର ଫୁର୍କନ ନାମକ ଜଣେ ଯୁବକ(୨୩) ନିଜ ପ୍ରେମିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri