ଆଜି ଶୁଣାଣି, ରାୟ ଉପରେ ରହିଛି…

ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ):

ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଦିଗହରା ହୋଇପଡ଼ିଛି। ସହରବାସୀଙ୍କ ଦୀର୍ଘଦିନର ଏହି ଦାବି ଅସମାହିତ ରହିଛି। ଗୋଟିଏ ପଟେ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଏବଂ ଅନ୍ୟପଟେ ହାଇକୋର୍ଟରେ ବିଚାରାଧିନ ମାମଲାରେ ସମୟ ଗଡ଼ିଚାଲିଛି। କିନ୍ତୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଆଗକୁ ପ୍ରଶାସନର କିଭଳି ଭୂମିକା ରହିବ ଏବଂ କେବେ ଏହା ଉଚ୍ଛେଦ ହେବ, ତାକୁ ସହରବାସୀ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି। ତେବେ ଉଚ୍ଛେଦକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ବୁଧବାର ରହିଛି। ଉଚ୍ଛେଦ ସପକ୍ଷରେ ପୂର୍ବରୁ ଥରେ ହାଇକୋର୍ଟ ରାୟ ପ୍ରକାଶ କରି ସାରିଥିବା ଦୃଷ୍ଟିରୁ ବୁଧବାର ଶୁଣାଣିରେ ମଧ୍ୟ ଅନୁରୂପ ରାୟ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଉଚ୍ଛେଦ ସପକ୍ଷରେ ଯଦି ରାୟ ଆସେ, ତେବେ ପ୍ରଶାସନ ତପତ୍ରତା ସହିତ ଉଚ୍ଛେଦ ପ୍ରକ୍ରିୟାକୁ ଆଗେଇ ନେବ ନା ବିଭିନ୍ନ ଆଳରେ ଜବରଦଖଲକାରୀଙ୍କୁ ପୁଣି ସୁଯୋଗ ମିଳିବ, ସେଥିପ୍ରତି ସଭିଁଙ୍କ ନଜର ରହିଛି।
ପ୍ରକାଶ ଯେ, ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ଦେଇ ପୂର୍ବରୁ ଜାତୀୟ ରାଜପଥ ଯାଇଥିଲା। ଉକ୍ତ ରାସ୍ତା ଦିନକୁ ଦିନ ସଂକୁଚିତ ହୋଇ ପଡ଼ିଥିଲା ଏବଂ ବ୍ୟସ୍ତବହୁଳ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ଉକ୍ତ ରାସ୍ତାରୁ ଜବରଦଖଲ ହଟାଇବା ପାଇଁ ସହରବାସୀ ବାରମ୍ବାର ଦାବି ପରେ ଗତବର୍ଷ ଜୁନ ମାସ ୨୧ରୁ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ଦଳମତ ନିର୍ବିଶେଷରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଏବଂ ଯୁବ ସଙ୍ଗଠନ ଏକତ୍ରିତ ହୋଇ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଓହ୍ଲାଇଥିଲେ। ସହରବାସୀଙ୍କ ଆବଶ୍ୟକତା ଏବଂ ସମୂହ ସ୍ବାର୍ଥ ସାଧନ ପାଇଁ ବରଗଡ଼ ଜିଲା ଓକିଲ ସଂଘ ଉଚ୍ଛେଦ ଦାବିକୁ ସମର୍ଥନ କରିବା ସହିତ ଏହାର ନେତୃତ୍ୱ ନେଇଥିଲା। ଏହାପରେ ତତ୍କାଳୀନ ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଘଟଣାଟି ହାଇକୋର୍ଟକୁ ଯାଇଥିଲା। ରହିତାଦେଶ ପରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହି ସମୟ ଗଡ଼ି ଚାଲିଥିଲା। କିନ୍ତୁ ମାମଲାର ବିଚାର କରି ହାଇକୋର୍ଟ ଗତ ଫେବୃଆରୀ ୧ରେ ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ୧୫ଦିନର ନୋଟିସ୍‌ ଦେଇ ଜବରଦଖଲ ହଟାଇବା ପାଇଁ ଉଚ୍ଚ ନ୍ୟାୟାଳୟ ପୌର ପରିଷଦକୁ ଆଦେଶ କରିଥିଲେ। ଏହାସତ୍ତ୍ୱେ ଉଚ୍ଛେଦ କରାଯାଇ ନ ଥିଲା। ସାଧାରଣ ନିର୍ବାଚନ ଆଚରଣ ବିଧି ନେଇ ପୁଣି ସମୟ ଗଡ଼ି ଚାଲିଥିଲା।
କିନ୍ତୁ ସାଧାରଣ ନିର୍ବାଚନ ସରିବା ପରେ ମଧ୍ୟ ପ୍ରଶାସନିକ ତପତ୍ରତା ପରିଲକ୍ଷିତ ହୋଇ ନ ଥିଲା। ନିର୍ବାଚନ ସରିଲା ା ସରକାର ମଧ୍ୟ ବଦଳିଲା। ଏପରିକି ସ୍ଥାନୀୟ ବିଧାୟକ ମଧ୍ୟ ବଦଳିଲେ। ତଥାପି ଉଚ୍ଛେଦ ପ୍ରକ୍ରିୟା ଆଗେଇ ନ ଥିଲା। ଅନ୍ୟପଟେ କେତେଜଣ ଜବରଦଖଲକାରୀ ଉଚ୍ଛେଦ ନ କରିବାକୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫେରାଦ ହୋଇ ଆବେଦନ କରିଥିଲେ। ମାତ୍ର ସେ ସେହି ଆବେଦନଗୁଡ଼ିକୁ ଖାରଜ କରି ଦେଇଥିଲେ। ଗତ ଜୁଲାଇ ୧୬ରେ ପୌର ପ୍ରଶାସନ ଚିରାଚରିତ ଢ଼ଙ୍ଗରେ ପୁଣି ମାପଚୁପ କରିବା ସହିତ ଉଚ୍ଛେଦ ନେଇ ସେହିଦିନ ସନ୍ଧ୍ୟାରେ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା। ୪୮ଘଣ୍ଟା ମଧ୍ୟରେ ଜବରଦଖଲ ସ୍ଥାନ ଖାଲି କରିବାକୁ ସେହି ପ୍ରଚାରରେ ସୂଚନା ଦିଆଯାଇଥିଲା। ହେଲେ ସେହି ମିଆଦ ପୂରି ଯାଇଥିଲା। କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ତ ଦୂରର କଥା, ପ୍ରଭାବିତ ଲୋକେ ହାଇକୋର୍ଟରୁ ପୁଣି ରହିତାଦେଶ ଆଣିବାରେ ସକ୍ଷମ ହୋଇଥିଲେ। ବୁଧବାର ଏହାର ଶୁଣାଣି ରହିଛି। ତେବେ ପୂର୍ବରୁ ଗତ ଫେବୃଆରୀରୁ ହାଇକୋର୍ଟ ଉଚ୍ଛେଦ ସପକ୍ଷରେ ରାୟ ଦେଇ ସାରିଥିବାବେଳେ ଦୀର୍ଘ ୫ମାସ ଧରି ସେତେବେଳେ ପ୍ରଶାସନ ଯେଭଳି ହାତ ବାନ୍ଧି ବସିଥିଲା, ବୁଧବାର ଯଦି ଉଚ୍ଛେଦ ସପକ୍ଷରେ ରାୟ ଆସେ, ସେଭଳି ଚୁପ୍‌ ରହିବ ନା କ୍ରୀୟାଶୀଳ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Pahalgam Terror Attack Update: ଘାଟିରୁ ଅଟକ ହେଲେଣି ୧୫ଶହରୁ ଅଧିକ

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଘାଟିରୁ ୧୫୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।...

BJD: ରାଜ୍ୟ ସଭାରେ ଓ୍ବକଫ୍‌ ବିଲ୍‌ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ

ଭୁବନେଶ୍ୱର,୨୩।୪: ୱକଫ୍‌ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ...

ଆମ କଳିକା କେନ୍ଦ୍ର ଉଦ୍‌ଘାଟିତ: ଶିଶୁମାନଙ୍କ ଲାଳନପାଳନରେ ହେବ ସହାୟକ

କେନ୍ଦୁଝର,୨୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ୍‌) କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Pahalgam Terror Attack: ମୋଦି ସରକାରଙ୍କୁ ବଡ଼ ଅପିଲ କଲେ ଖାର୍ଗେ, କହିଲେ ଆମେ ସାଥିରେ ଅଛୁ

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image