ପୁଟିନଙ୍କୁ ହୃଦଘାତ!

ମସ୍କୋ,୨୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ହୃଦଘାତର ଶିକାର ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଘରର ଚଟାଣରେ ପଡିଯାଇଥିବା କୁହାଯାଉଛି। ଏକ ଟେଲିଗ୍ରାମ ଚ୍ୟାନେଲ ପକ୍ଷରୁ ଦାବି କରାଯାଇଛି ଯେ ରବିବାର ସାରେ ପୁଟିନ ତାଙ୍କ ଶୋଇବା ଘରେ ଥିବାବେଳେ ତାଙ୍କୁ ହୃଦଘାତ ହୋଇଥିଲା। ଏହା ସହିତ, ରୁଷିଆର ରାଷ୍ଟ୍ରପତି ଅସୁସ୍ଥ ଥିବା କଥା ପୁଣି ଥରେ ଆରମ୍ଭ ହୋଇଛି। ଗତ ବର୍ଷ ଠାରୁ ଖବର ଆସିଛି ଯେ ପୁଟିନ ଅଗ୍ନାଶୟ କର୍କଟରେ ପୀଡିତ ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ। ତେବେ ନିକଟରେ ପୁଟିନ ଚାଇନା ଗସ୍ତରେ ଆସିଥିଲେ ଏବଂ ତାଙ୍କୁ ଦେଖି ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ଭଲ ନୁହେଁ ବୋଲି କେହି ଅନୁଭବ କରିନଥିଲେ।
ଟେଲିଗ୍ରାମ ଚ୍ୟାନେଲ ଅନୁଯାୟୀ ପୁଟିନ ବର୍ତ୍ତମାନ ତାଙ୍କ ସରକାରୀ ବାସଭବନରେ ଏକ ସ୍ବତନ୍ତ୍ର ଇଣ୍ଟେନସିଭ କେୟାର ୟୁନିଟରେ ଅଛନ୍ତି। ହୃଦଘାତ ପରେ ତାଙ୍କୁ ଏଠାକୁ ଅଣାଯାଇଥିଲା।

Share