ଭିନ୍ଦ୍ ,୧୭।୧୨: ମଧ୍ୟପ୍ରଦେଶର ଭିନ୍ଦ୍ ଜିଲାରେ ସ୍କୁଲ୍ ବସ୍ରେ ଯାଉଥିବା ଜଣେ ୧୨ ବର୍ଷର ଛାତ୍ର ହଠାତ୍ ମୂର୍ଚ୍ଛା ଯିବା ପରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ହୃଦ୍ଘାତ ମୃତ୍ୟୁରେ ସେ ସର୍ବକନିଷ୍ଠ ହୋଇପାରନ୍ତି ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି। ଇଟାଓ୍ବା ରୋଡ୍ରେ ଥିବା ଏକ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ମନୀଷ ଯାତଭ ଗୁରୁବାର ଭାଇ ସହ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୨ଟାରେ ସ୍କୁଲ୍ ବସ୍ରେ ଚଢ଼ିଥିଲେ। କିଛି ସମୟ ପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ଡ୍ରାଇଭର ଏନେଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ପହଞ୍ଚତ୍ବା ପୂର୍ବରୁ ହୃଦ୍ଘାତରେ ମନୀଷଙ୍କ ମୃତ୍ୟୁ ଘଟିସାରିଥିବା ଜିଲା ହସ୍ପିଟାଲ ସର୍ଜନ ଡ.ଅନିଲ ଗୋୟଲ କହିଛନ୍ତି।